ନୂଆଦିଲ୍ଲୀ– ଉତର ପ୍ରଦେଶରେ ବର୍ତମାନ ଯାଏ ୩୦୮ କରୋନା ମାମଲା ସାମନାକୁ ଆସିଛି । ତନ୍ମଧ୍ୟରୁ ୧୬୮ଟି ମାମଲା ତବଲିଗି ଜମାତ ସହ ସଂପର୍କିତ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ କରୋନାକୁ ରୋକିବା ପାଇଁ ପ୍ରଭାବୀ ପଦକ୍ଷେପ ଗ୍ରହଣ କରା ଯାଉଛି । ରାଜ୍ୟରେ ସରକାର ୟୁପି କୋବିଡ ଫଣ୍ଡ ସ୍ଥାପନା କରିଛି । ଏହି ଅର୍ଥରେ ଟେଷ୍ଟିଂ ସୁବିଧାକୁ ବଢାଇବା ପାଇଁ କାମ କରା ଯିବ ।