ଭୁବନେଶ୍ୱର– ଏଣିକି ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ଆସନ୍ତା ୯ ତାରିଖ ସକାଳୁ ଘର ବାହାରକୁ ବାହାରିଲେ ମାସ୍କ ବ୍ୟବହାରକୁ କଡାକଡି କରାଯିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣ ଚାହିଁଲେ ବଜାରରେ ମିଳୁଥିବା ମାସ୍କ ବଦଳରେ ଘର ତିଆରି ମାସ୍କ ବ୍ୟବହାର କରିପାରିବେ । ଏହାକୁ ଲୁଣ ଗରମ ପାଣିରେ କିଛି ସମୟ ଫୁଟାଇ ବିଶୋଧନ କରି ଖରାରେ ଭଲ ଭାବେ ଶୁଖାଇ ବ୍ୟବହାର କରିହେବ । ସେହିପରି ବାହାରୁ ଫେରିବା ପରେ ମାସ୍କକୁ ସଫା କରି ଖରାରେ ଶୁଖାଇ ପୁଣି ଥରେ ବ୍ୟବହାର କରିପାରିବେ । ତେବେ ୨ ବର୍ଷରୁ କମ୍ ପିଲା , ଶ୍ୱାସ ରୋଗରେ ପିଡିତ ତଥା ଅଚେତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧାନ୍ତୁ ନାହିଁ । ମାସ୍କ ବ୍ୟବହାର ନକରିପାରିଲେ ଗାମୁଛା ବା ଶାଢୀ କାନି ଘୋଡାଇ ବାହାରକୁ ବାହାରିପାରିବେ ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024