ଭୁବନେଶ୍ୱର – କରେନା ସଂକ୍ରମିତ ଆଶଙ୍କାରେ ମଙ୍ଗଳବାର ଦିନ ୧୨ ଟା ସୁଦ୍ଧା ମୋଟ ୨୨୧୨ ଟି ନମୂନାର ଯାଂଚ ରିପୋର୍ଟ ହସ୍ତଗତ ହୋଇଛି । ଏଥିମଧ୍ୟରୁ ୪୨ ଟି ରିପୋର୍ଟ ପଜିଟିଭ୍ ରହିଛି । ବର୍ତମାନ ସୁଦ୍ଧା ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଗତକାଲି ଭୁବନେଶ୍ୱର ଏମସ୍ ଠାରେ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତମାନ ରାଜ୍ୟରେ ୩୯ଟି ସକ୍ରିୟ କେସ୍ ରହିଛି । ସେହିପରି ୮୬ ଜଣ ସନ୍ଦିଗ୍ଧଙ୍କୁ ଆଇସୋଲେସନ୍ ରେ ରଖାଯାଇଛି ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ -୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024