ଭୁବନେଶ୍ୱର – କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ସତ୍କାର ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ସେହି ଅନୁଯାୟୀ ରାଜ୍ୟରେ ମତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ସତ୍କାର କରାଯିବ । ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ମୃତକଙ୍କ ମର ଶରୀର ବର୍ତମାନ ଭୁବନେଶ୍ୱର ଏମସ୍ ଠାରେ ରହିଛି । ହସ୍ପିଟାଲର ସମସ୍ତ ଫର୍ମାଲିଟି ଶେଷ ହେବା ପରେ ମରଶରୀରକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ । ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶବ ସତ୍କାର କରାଯିବ ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024