

Related Stories
July 4, 2025
ଭଞ୍ଜନଗର ଜୟକୃଷ୍ଣ ପଟ୍ଟନାୟକ – ଭଞ୍ଜନଗର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡି ଏ ଭି ପଣ୍ଡିତ ଶ୍ରୀଧର ରଥ ପବ୍ଲିକ ସ୍କୁଲରେ ଆଜି ଠାରୁ ୨ୟରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଅନ ଲାଇନ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହୋଇଛି।ବର୍ତ୍ତମାନ କୋଭିଡ-19କୁ ନେଇ ସାରା ଦେଶରେ ଲକ ଡ଼ାଉନ ଘୋଷଣା ହେବାପରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି।ଦିନକୁ ଦିନ କରୋନା ଭୁତାଣୁ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତା ୧୪ତାରିଖ ପରେ ମଧ୍ୟ ସ୍ଥିତିରେ ସୁଧାର ମନେ ହେଉନଥିବା ବେଳେ ପିଲାମାନଙ୍କ ଶିକ୍ଷା କୁ ନେଇ ଅଭିଭାବକ ମହଲରେ ଚିନ୍ତା ବଢ଼ିଛି।ତେଣୁ ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷକ ମାନେ ଏହାକୁ ଦୃଷ୍ଟିରେ ରଖି ଅନ ଲାଇନ ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି।ପ୍ରାୟ ଘରେ ଘରେ ଇଣ୍ଟରନେଟ ସୁବିଧା ଥିବାରୁ ଏହି ଶିକ୍ଷା ବ୍ୟବସ୍ଥା ଛାତ୍ର ଛାତ୍ରୀ ଙ୍କ ପାଇଁ ବେଶ ଫଳପ୍ରଦ ହେବ ତେଣୁ ଅଭିଭାବକ ମାନେ ମଧ୍ୟ ଏଥିରେ ସହଯୋଗ କରିବା ପାଇଁ ସ୍କୁଲ ଅଧ୍ୟକ୍ଷ ଅମର ନାଥ ରଥ ଓ ପ୍ରିନସିପାଲ ବାସୁଦେବ ପାଣିଗ୍ରାହୀ ଅନୁରୋଧ କରିଛନ୍ତି।