-
ଖୁବ୍ଶୀଘ୍ର ଟାଟା ମେଡିକୋ ହସ୍ପିଟାଲକୁ ଯିବ କୋଭିଡ୍-୧୯ୱାର୍ଡ
ବ୍ରହ୍ମଌୁର : ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ କରୋନା ପରୀକ୍ଷା ମେସିନ୍ ସୋମବାର ସ୍ଥାପନ ହୋଇଛି । ସୋମବାର କମ୍ପାନିର ୨ଜଣ ଇଞ୍ଜିନିୟର ମେସିନ୍ ଇଷ୍ଟଲ୍ କରିବା ସହ ମେସିନ୍ କିପରି ଚଳାଇବେ ସେ ସମ୍ପର୍କରେ ମାଇକ୍ରୋବାୟୋଲୋଜି ବିଭାଗ ଡାକ୍ତରଙ୍କୁ ତାଲିମ୍ ଦେଇଛନ୍ତି । ସନ୍ଧ୍ୟାରେ ମେସିନ୍ର ଟ୍ରାଏଲ୍ ଟେଷ୍ଟ କରାଯାଇଥିଲା । ରାତି ୮ଟାରେ ଟ୍ରାଏଲ୍ ଟେଷ୍ଟ ସରିଥିବା ବେଳେ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡ଼ିକାଲ ରିସର୍ଚ୍ଚ(ଆଇସିଏମ୍ଆର୍) ଅନୁମତି ମିଳିବା ପରେ ଏଠାରେ କରୋନା ପରୀକ୍ଷା କରାଯିବ ବୋଲି କହିଛନ୍ତି ଏମ୍କେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର । ମଙ୍ଗଳବାର ଆଇସିଏମ୍ଆର୍କୁ ଅନୁମତି ପାଇଁ ପଠାଯିବ ଏବଂ ଅନୁମତି ମିଳିବା ପରେ ବୁଧବାର ଠାରୁ କରୋନା ପରୀକ୍ଷା ଏଠାରେ କରିବାକୁ ନିଷ୍ପତ୍ତି ନିଆଯିବ ବୋଲି ପ୍ରଫେସର ମିଶ୍ର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ବ୍ରହ୍ମପୁରକୁ ଆସୁଥିବା ସନ୍ଦିଗ୍ଧଙ୍କ ସ୍ୱାବ୍ ସଂଗ୍ରହ ପରେ ଭୁବନେଶ୍ୱର ଆର୍ଏମ୍ଆର୍ସିକୁ ପରୀକ୍ଷା ପାଇଁ ପଠାଯାଉଥିଲା । ପରୀକ୍ଷା ରିପୋର୍ଟ ଆସିବାକୁ ୩ଦିନ ସମୟ ଲାଗୁଥିଲା । ଏଠାରେ ପରୀକ୍ଷା ହେଲେ ଗୋଟିଏ ଦିନରେ ରିପୋର୍ଟ ପାଇବେ ସନ୍ଦିଗ୍ଧ ।
ସେପଟେ ସୋମବାର ପୁଣି ଆଉ ଜଣେ ସନ୍ଦିଗ୍ଧ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଘର ଦିଗପହଣ୍ଡି ହୋଇଥିବା ବେଳେ ଚେନ୍ନାଇରୁ ଫେରିଥିବା ପ୍ରଫେସର ମିଶ୍ର ସୂଚନା ଦେଇଛନ୍ତି । ତାଙ୍କର ସ୍ୱାବ୍ ସଂଗ୍ରହ କରାଯାଇ ଭୁବନେଶ୍ୱର ପଠାଯାଇଥିବା ସେ କହିଛନ୍ତି । ଏମ୍କେସିଜି ମେଡିକାଲ କଲେଜରେ ଅଦ୍ୟାବଧି ୩୫ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ଆସନ୍ତା ୧୦ ତାରିଖ ସୁଦ୍ଧା ଏମ୍କେସିଜିରୁ କୋଭିଡ୍-୧୯ ୱାର୍ଡକୁ ସ୍ଥାନାନ୍ତର କରାଯିବ । ଶୀତଳାପଲ୍ଲୀରେ ଥିବା ଟାଟା ମେଡ଼ିକୋ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି । ସେଠାରେ ୨ଶହ ପଜିଟିଭ୍ଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି ।