-
କରୋନା ଭାଇରସର ଶୃଙ୍ଖଳା ଭାଙ୍ଗିବାରେ ସହାୟକ ହେବ ସମ୍ କୋଭିଡ୍-୧୯ ହସ୍ପିଟାଲ୍: ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର – ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସି ଯୋଗେ ଭୁବନେଶ୍ୱରସମରେ ଆୟୋଜିତ କୋଭିଡ୍-୧୯ ହସ୍ପିଟାଲର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ବର୍ତମାନ ପରିସ୍ଥିତିରେ ଏହି ହସ୍ପିଟାଲ ରାଜ୍ୟରେ କରୋନା ଭାଇରସ ବିରୋଧରେ ଲଢି ଏହାର ଶୃଙ୍ଖଳାକୁ ଭାଙ୍ଗିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ରେକର୍ଡ ସଂଖ୍ୟକ ସମୟରେ କୋଭିଡ୍-୧୯ ହସ୍ପିଟାଲର ପରିଚାଳନା ଏବଂ ଚିକିତ୍ସା ପାଇଁ ଉତ୍ସର୍ଗୀକୃତ ସୁବିଧା ଉପଲବ୍ଧ କରେଇବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ,କୋଲ୍ ଇଣ୍ଡିଆ ଏବଂ ସମ୍ ହସ୍ପିଟାଲକୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୫୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ମାଗଣାରେ କରୋନା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ସୁବିଧା ଉପଲବ୍ଧ କରିବା ସହ ମାଗଣାରେ ରହିବା ଓ ଖାଇବା ମଧ୍ୟ ଯୋଗାଇବ । କରୋନା ବିରୋଧୀ ଲଢ଼େଇରେ ଓଡ଼ିଶା ପ୍ରଶାସନର ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଆ ଜାତି କଳିଙ୍ଗ ଯୁଦ୍ଧ ଓ ନଅଙ୍କ ଦୁର୍ଭିକ୍ଷ ଭଳି ଚ୍ୟାଲେଞ୍ଜକୁ ସାମ୍ନା କରିଛି । ସେହିଭଳି ବିଶ୍ୱ ମାନବଜାତିକୁ ଦୋହଲାଇ ଦେଇଥିବା କୋରନା ମହାମାରୀକୁ ମଧ୍ୟ ସମସ୍ତଙ୍କ ସହଯୋଗରେ ସାମ୍ନା କରିବା ସମସ୍ତଙ୍କ ଦାୟିତ୍ୱ ୟ ତେଣୁ ଦଳ, ମତ ର୍ନିବିଶେଷରେ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ତଥା ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରିବା, ସାମାଜିକ ଦୂରତାକୁ ଅବଲମ୍ବନ କରିବା ସହ ଘରେ ରହିବା ପାଇଁ ଲୋକଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଏହି ସଂକଟ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିବା ନେଇ ଶ୍ରୀ ପ୍ରଧାନ କାମନା କରିଛନ୍ତି ।