
ନୂଆଦିଲ୍ଲୀ/ଭୁବନେଶ୍ୱର– ଭାରତୀୟ ଜନତା ପାର୍ଟିର ୪୦ତମ ସ୍ଥାପନା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଭାରତୀୟ ଜନସଂଘର ପ୍ରତିଷ୍ଠାତା ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଓପଣ୍ଡିତ୍୍ ଦିନଦୟାଲ ଉପାଧ୍ୟାୟଙ୍କୁ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଆଜି ଭାରତୀୟ ଜନତା ପାର୍ଟିର ୪୦ତମ ସ୍ଥାପନା ଦିବସର ଶୁଭ ଅବସରରେ ଆମ ସମସ୍ତଙ୍କର ଆଦର୍ଶ, ପ୍ରେରଣାର ଉତ୍ସ ଏବଂ ସଂଗଠନକୁ ଶକ୍ତିଶାଳୀ କରିଥିବା ଦଳର ପ୍ରତିଷ୍ଠାତା ଶ୍ରୀ ଶ୍ୟାମାପ୍ରସାଦ ମୁଖାର୍ଜୀଏବଂପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କଲି ।