
ବ୍ରହ୍ମପୁର: ରେଶମ ସହରରେ ଆଶିଂକ ସଡଡାଉନ୍ରେ ରହିଛି । ସହରବାସୀଙ୍କ ସମର୍ଥନରେ ସହରକୁ କରୋନା ଭୁତାଣୁ ସଂକ୍ରମଣ ଠାରୁ ଦୂରରେ ରହିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି । ସକାଳ ୭ରୁ ୧୨ଟା ୫ଘଣ୍ଟା ଅତ୍ୟାବଶ୍ୟକୀୟ ସାମଗ୍ରୀ ସାହି ସାହିରେ ପ୍ରଶାସନ ପକ୍ଷରୁ ଉପଲବ୍ଧ କରାଯାଉଛି । ଏହି ମର୍ମରେ ଔଷଧ ପାଇଁ ସହରବାସୀ ଯେପରି କୌଣସି ଅସୁବିଧାରେ ନରୁହନ୍ତି ସେଥିନିମନ୍ତେ ବିଏମ୍ସି କର୍ତ୍ତୃପକ୍ଷଙ୍କ ଅଭିନବ ପ୍ରୟାଶ ଆରମ୍ଭକରି ସୁବ୍ୟବସ୍ଥା କରିଛନ୍ତି । ୨୪ଘଣ୍ଟିଆ ଘର ସମ୍ମୁଖରେ ଔଷଧ ଯୋଗାଣ ପାଇଁ ୫ଟି ମେଡିକାଲ୍ ଷ୍ଟୋରକୁ ବିଏମ୍ସି ସ୍ୱୀକୃତି ପ୍ରଦାନ କରିଥିବା କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି । ନୂଆଁବସ୍ଷ୍ଟାଣ୍ଡସ୍ଥିତ ଗଣେଶ ମେଡିକାଲ୍ ଷ୍ଟୋର, ଏମ୍କେସିଜି ମୁଖ୍ୟ ଫାଟକ ସମ୍ମୁଖ ଶୁଭମ୍ ମେଡିକାଲ୍ ଷ୍ଟୋର, କୋର୍ଟପେଟ ଛକ କୃଷ୍ଣଚନ୍ଦ୍ର ମେଡିକାଲ୍ ଷ୍ଟୋର, ସାନବଜାର କେସିଏମ୍ ମେଡିକାଲ୍ ଷ୍ଟୋର, ଆସିକା ରୋଡ୍ସ୍ଥିତ ଲକି ଲାଇଫ୍ ମେଡିକାଲ୍ ଷ୍ଟୋରକୁ ୨୪ଘଣ୍ଟିଆ ହୋମ୍ ଡେଲିଭେରି ପାଇଁ ଜନସାଧାରଣ ସେମାନଙ୍କ ସହ ଯୋଗାଯୋଗ କରିପାରିବେ ବୋଲି କମିଶନର କହିଛନ୍ତି । ସେହିପରି ଅନ୍ୟ ୬ଟି ମେଡିକାଲ୍ ଷ୍ଟୋରକୁ ସକାଳ ୭ରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ହୋମ୍ ଡେଲିଭେରି ପାଇଁ ମଧ୍ୟ ସ୍ୱୀକୃତି ମିଳିଛି । ସେଗୁଡିକ ହେଲା ପ୍ରେମନଗର ମୁଖ୍ୟରାସ୍ତା ଓ ଇଞ୍ଜିନିୟରିଂ ସ୍କୁଲ ଛକ ସ୍ଥିତ ଆପୋଲ ଫାର୍ମାସୀ, ବିଜିପୁର, କମାପଲ୍ଲୀ ଓ ସେଲଟେକ୍ସ ରୋଡ୍ ଠାରେ ନ୍ୟୁ କୃଷ୍ଣଚନ୍ଦ୍ର ମେଡିକାଲ୍ ଷ୍ଟୋର ଓ ଏମ୍କେସିଜି ହସ୍ପିଟାଲ ସମ୍ମୁଖ କୃଷ୍ଣଚନ୍ଦ୍ର ମେଡିକାଲ୍ ଷ୍ଟୋରକୁ ବିଏମ୍ସି ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଥିବା କମିଶନର ସୂଚନା ଦେଇଛନ୍ତି । ତେଣୁ ଯେକୌଣସି ଲୋକେ ନିଜ ସାହି ନିକଟରେ ଥିବା ଉପରକ୍ତ ମେଡିକାଲ୍ ଷ୍ଟୋରକୁ ଯୋଗାଯୋଗକଲେ ସେମାନେ ଘର ନିକଟରେ ଔଷଧ ପହଞ୍ଚାଇବେ ବୋଲି ଜିଲ୍ଲାପାଳ କହିଛନ୍ତି ।