
ସଫଳତା ପାଇଁ ରିସ୍କ ନେବାକୁ ହେବ : କେ.ଶିବନ୍

ଭୁବନେଶ୍ୱର – ଜୀବନରେ କିଛି କରିବାକୁ ହେଲେ ରିସ୍କ ନେବାକୁ ପଡିବ । ଏହାସହ ଶିକ୍ଷାକୁ ବ୍ରତ ଭାବେ ଗ୍ରହଣ କରି ପଢିବାକୁ ଆଗ୍ରହ ରଖିବାପାଇଁ ଇଣ୍ଡିଆନ୍ ସ୍ପେଶ୍ ରିସର୍ଚ୍ଚ ସେଂଟର (ଇସ୍ରୋ) ର ଅଧ୍ୟକ୍ଷ ଡ. କେ. ଶିବନ୍ ଭୁବନେଶ୍ୱର ଆଇଆଇଟିର ଅଷ୍ଟମ ସର୍ମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଅଭିଭାଷଣରେ ଏହି ପରାମର୍ଶ ଦେଇଛନ୍ତି ।
ଅନ୍ୟପକ୍ଷରେ ଭୁବନେଶ୍ୱର ଆଇଆଇଟିର ପ୍ରଦର୍ଶନ ଉପରେ ସେ ସନ୍ତୋଷ ପ୍ରକାଶ କରି କମ୍ ସମୟ ମଧ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ପ୍ରଶଂସା କରିଥିଲେ । ବୈଷୟିକ ଜ୍ଞାନ ବୃଦ୍ଧିରେ ଆଇଆଇଟି ପ୍ରମୁଖ ଭୂମିକା ରହିଛି । ଏହା ଦ୍ୱାରା ଜୀବନ ଧାରଣ ମାନ ବୃଦ୍ଧି ହୋଇପାରିବ । ଆଇଆଇଟି ଦ୍ୱାରା ସେ ତାଙ୍କର ଶିକ୍ଷା ଦୀକ୍ଷାକୁ ବଢାହଇ ପାରିଛନ୍ତି । ୨୦୨୦ରେ ପ୍ରଥମ ମାନବ ବିହୀନ ମହାକାଶ ଯାନ ଏବଂ ୨୦୨୧ ଜୁଲାଇରେ ଦ୍ୱିତୀୟ ଯାନ ଛଡାଯିବ । ୨୦୨୧ ଡିସେମ୍ବରରେ ଭାରତ ମହାକାଶକୁ ମଣିଷ ପଠାଇବ । ନିକଟରେ ଚନ୍ଦ୍ରପୃÂକୁ ପଠାଯାଇଥିବା ଚନ୍ଦ୍ରାୟନ ୯୮ ପ୍ରତିଶତ ସଫଳ ହୋଇଛି । ଏହା ଭାରତର ମର୍ଯ୍ୟାଦାକୁ ବୃଦ୍ଧି କରିଛି ବୋଲି ସେ କହିଥିଲେ ।
ଜଟଣୀ ଅରୁଗୁଳ ସ୍ଥିତ କ୍ୟାମ୍ପସରେଶନିବାର ପୂର୍ବାହ୍ନରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ୩ ଜଣଙ୍କୁ ସ୍ୱର୍ଣ୍ଣ ପଦକ ଓ ୧୫ ଜଣଙ୍କୁ ରୋପ୍ୟ ପଦକ ପ୍ରଦାନ କରିଥିଲେ ଡ. ଶିବନ୍ । ଏହା ବ୍ୟତୀତ ୩୬ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚଡି ଡିଗ୍ରୀ , ୧୦୫ ଜଣଙ୍କୁ ଏମଟେକ୍ , ୬୭ ଜଣଙ୍କୁ ଏମଏସସି ଓ ୧୫୨ ଜଣଙ୍କୁ ବି ଟେକ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆଇଆଇଟି ନିଦେ୍ର୍ଧଶକ ପ୍ରଫେସର ଆର. ଭି ରାଜା କୁମାର ଉପସ୍ଥିତ ଥିଲେ ।