ଧର୍ମଶାଳା – କରୋନା ଲକ୍ ଡାଇନ୍ ଲକ୍ଷ୍ମଣ ରେଖାକୁ ଆଉ ୮ ଦିନ ବାକି ରହିଥିବା ବେଳେ ଯାଜପୁର ଜିଲାର ଅନେକ ଅଂଚଳରେ ସଟ୍ ଡାଉନର ୩ୟ ଦିନରେ ପଂହଚିଛି । ଆଜି ରାତି ୮ ଘଟିକା ସମୟରେ ସଟ୍ ଡାଉନ ଉଠିବା ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ପୂର୍ବ ଭଳି ଲକ୍ ଡାଉନ ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଯାଜପୁର ଜିଲାପାଳ ଆଜି ସୂଚନା ଦେଇଛନ୍ତି । ଫଳରେ ୩ ଦିନ ଧରି ଲୋକମାନେ ଘରେ ଭିତରେ ବନ୍ଦ ରହିଥିବା ଆଜି ରାତିରେ ସେମାନଙ୍କୁ ଆସ୍ୱସ୍ଥି ମିଳିବ । ହେଲେ ଲକ୍ ଡାଉନରେ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଦୋକନ ଖୋଲା ରହିବ । ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆ ଯିବା ସହିତ ମାକେର୍ଟରେ ବାଇକ୍ ଚଳାଚଳ କରି ପାରିବ ନାହିଁ । ଏହା ବ୍ୟତିକ୍ରମ ହେଲେ ଦୋକନୀଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁÂାନ ନିଆଯିବା ସହିତ ଦୋକାନକୁ ସିଲ କରାଯିବ । ଏହି ଘଟଣାକୁ ପୁଲିସ ଗୁରୁତର ସହ ନେବାକୁ ସବୁ ବେଳେ ପାଟ୍ରୋଲିଂ ଜାରି ରହିବ ବୋଲି ଜଣାପଡିଛି । ଏହି ଘଡିସନ୍ଧି ସଙ୍କଟ ପରିସ୍ଥିତରେ ସାରା ଦେଶ ତଥା ରାଜ୍ୟ ଓଡିଶା ଭୟଙ୍କର ମହାମାରୀ କରୋନାକୁ ନେଇ ଆତଙ୍କିତ । ଏହି ଆତଙ୍କିତ ଭୟଙ୍କର ପରିସ୍ଥିତିରେ ଜୀବନ ଓ ଜୀବିକା ଭୁଶୁଡି ପଡିଛି । ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ନେଇ ଲୋକେ ଏକପ୍ରକାର ଭୟଭିତ ହୋଇପଡିଛନ୍ତି ।
ସୂଚନା ଥାଉକି ଯାଜପୁର ଜିଲା ବ୍ରହ୍ମବରଦା ଅଂଚଳରେ ଶନିବାର ପାହାନ୍ତାରେ ନିଜାମୁଦ୍ଧିନରୁ ଫେରନ୍ତା ବ୍ୟକ୍ତିଙ୍କଠାରେ କରୋନା ଭାଇରସ ପଜିଟିଭ ଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଘୋଷଣା ପରେ ଯାଜପୁରରେ କରୋନାକୁ ନେଇ ଲୋକେ ଭୟଭିତ ହୋଇପଡିଥିଲେ । ସଂଗେ ସଂଗେ ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ବ୍ରହ୍ମବରଦାର ୩ କିମି ପରିସରରେ ସଟ ଡାଉନ ଘୋଷଣା ପରେ ଜିଲାର ଅନେକ ମୁଖ୍ୟ ଅଂଚଳକୁ ଜିଲାପାଳ ସଟ୍ ଡାଉନ ଘୋଷଣା କରିଥିଲେ ।
ଅନ୍ୟପକ୍ଷେ ବ୍ରହ୍ମବରଦାରେ ଗୋÂୀ ସଂକ୍ରମଣ ଆଶଙ୍କା କରି ମଧୁବନ ଗୋÂୀ ସ୍ୱାସ୍ଥ୍ୟ ଅଧିକାରୀ ଡ. ସୁଧୀର କୁମାର ସାହୁ ଓ ରସୁଲପୁର ତହସିଲଦାର ପଂହଚି ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ସ୍ୱାବ ସଂଗ୍ରହ ପାଇଁ ବ୍ରହ୍ମବରଦାରେ ୯ଗୋଟି ଆମ୍ବୁଲାନ୍ସ ଆସି ପଂହଚି ଥିଲା । ଏବଂ ପଜିଟିଭଙ୍କ ସସ୍ପର୍ଶରେ ଆସିଥିବା ଅନୁମାନ କରି ୨୦ ଜଣ ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା ।
୩ୟ ଦିନ ସଟ୍ ଡାଉନ ଫଳରେ ବ୍ରହ୍ମବରଦା-ବରୁହାଁ ମୁକ୍ୟ ରାସ୍ତା ଖାଁ ଖାଁ ପରି ଲାଗୁଥିବା ଦେଖିବାକୁ ମିଳିଛି ।