
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ବ୍ଲକ୍ ବାଲିପଡା ପଞ୍ଚାୟତ ସମିତି ସଭ୍ୟ ନିରଞ୍ଜନ ମହାନ୍ତି ତାଙ୍କ ୧ବର୍ଷର ଦରମା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି(କରୋନା ଫଣ୍ଡକୁ) ପ୍ରଦାନ କରିଛନ୍ତି । ଲକ୍ଡାଉନ୍ ଘୋଷଣା ପରଠାରୁ ନିଜ ପଞ୍ଚାୟତରେ ରହି ଗରିବ ଅସହାୟମାନଙ୍କୁ ସହଯୋଗ କରି ଆସୁଥିବା ଶ୍ରୀ ମହାନ୍ତିଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ରାସ୍ତାକଡରେ ରହିଥିବା ଗରିବ ଗୁରୁବାମାନଙ୍କୁ ଓ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ଯୋଗାଇ ସାରା ଅଞ୍ଚଳରେ ପରିଚିତ ହୋଇଛନ୍ତି । ଏଭଳି ବିଭିନ୍ନ ଅଞ୍ଚଳରେ ଗରିବ ପରିବାରକୁ ବିସ୍କୁଟ ମଧ୍ୟ ପ୍ରଦାନ କରିଛନ୍ତି । କୁକୁଡାଖଣ୍ଡି ବ୍ଲକ୍ ବିଡିଓ ଗଦାଧର ପାତ୍ରଙ୍କୁ ତାଙ୍କର ୧ବର୍ଷର ଦରମା ଚେକ୍ ୨୧ହଜାର ୬୦୦ଟଙ୍କା ପ୍ରଦାନ କରିଛନ୍ତି ।