ଜଗନ୍ନାଥପ୍ରସାଦ- କରୋନା (କୋଭିଡି -19 )ରୋଗକୁ ନେଇ ସାରା ବିଶ୍ୱ ଆଜି ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହାର କିଭଳି ଉଚିତ ମୁକାବିଲା କରାଯାଇପାରିବ ସେଥିପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି।ଆମେ ଭାରତୀୟ ସମସ୍ତେ ଏକାଠି ହୋଇ କିଭଳି ଏହି ମାରାତ୍ମକ ରୋଗର ପ୍ରତିରୋଧ କରିବା ସେଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ନିଜ ନିଜ ଘରେ ରହି ରବିବାର ରାତି ୯ଟା ସମୟରେ ୯ମିନିଟ ପାଇଁ ଘରର ସମସ୍ତ ଲାଇଟ ଲିଭାଇ କେବଳ ଦୀପ, ମହମବତୀ, ଟର୍ଚ୍ଚ ଓ ଫ୍ଲାଶ ଲାଇଟ ଜଳେଇବାକୁ ନିବେଦନ କରିଥିଲେ।ଏହାର ଉଦ୍ଦେଶ୍ୟ ଥିଲା ଆମେ ସମସ୍ତେ ଏକ ଏବଂ ଏଭଳି ପରିସ୍ଥିତିରେ ଆମେ ଏକତ୍ରିତ ହୋଇ କରୋନା ର ମୁକାବିଲା କରିବା ପାଇଁ ସଂକଳ୍ପବଦ୍ଧ ବୋଲି ବିଶ୍ୱବାସୀଙ୍କୁ ଜଣେଇବା। ତେଣୁ ଏହି ବାର୍ତ୍ତା କୁ ସଚେତନ ତା ଜଣାଇ ଅଞ୍ଚଳର ଲୋକମାନେ ଘରେ ଦୀପ,ମହମବତୀ ଓ ଟର୍ଚ୍ଚ ଆଦି ଜଳେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କୁ ସନମାନ ପ୍ରଦାନ କରିଛନ୍ତି ।
ଜଗନ୍ନାଥ ପ୍ରସାଦ ଦିନ ୧୨ରୁ ସକାଳ ୭ ସଟ ଡାଉନ : ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ
ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥିର ହୋଇଛି।ସେଥିମଧ୍ୟରେ ଦିନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ପୁରା ସଟ ଡାଉନ ରହିବ।ଏହି ସମୟରେ ପ୍ରଶାସନ ତରଫରୁ କେବଳ ଅନୁମତି ମିଳିଥିବା ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଫୋନ୍ ଦ୍ୱାରା ଔଷଧ ଯୋଗାଣ ଓ ରୋଗୀସେବା ପାଇଁ ଗୁରୁତ୍ୱ ଦିଆଯାଇଛି।ବାଇକରେ ମେଡ଼ିକାଲ ଆସିଥିବା ଲୋକ ତହସିଲଦାର ଓ ଥାନା ଅଧିକାରୀ ଙ୍କ ଠାରୁ ଅନୁମତି ଆଣିବା ପାଇଁ ବାଧ୍ୟ।ସକାଳ ୭ଟାରୁ ଦିନ ୧୨ଟା ମଧ୍ୟରେ ଲୋକମାନେ ଚାଲି ଚାଲି ଆସି ରାସନ ସାମଗ୍ରୀ ଓ ପନିପରିବା ସାମାଜିକ ଦୂରତ୍ୱ ରଖି କିଣିପାରିବେ।ସଟଡାଉନ ସମୟରେ ବାଇକ ଚଳାଚଳ ଓ ଅନ୍ୟ ସମସ୍ତ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ।ଏହି ସମୟରେ ଯିଏ ବାହାରେ ବୁଲିବ ତାକୁ ପୋଲିସ ଉଠାଇନେବ।ପୋଲିସ ପେଟ୍ରୋଲିଂ କଡାକଡି କରାଯିବ ସହିତ ତହସିଲଦାର ମଧ୍ୟ ରାଉଣ୍ଡ ମାରି ପ୍ରତେକ ଏରିଆ ବୁଲିକି କହିବା ।ବୟସ୍କ ବ୍ୟକ୍ତି ବାହାରକୁ ବାହାରିବା ମନା ଏବଂ ଯେଉଁମାନେ ବାହାରିବେ ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର କୁ ପଠାଯିବ।ଅତ୍ୟାବଶ୍ୟକ ସ୍ଥଳେ ବାହାରକୁ ବାହାରିବା ଲୋକ ମୁଁହକୁ ସମ୍ପୂର୍ଣ୍ଣ ଢ଼ାଙ୍କିବ ଏବଂ ଥଣ୍ଡା ଓ କାଶ ଆକ୍ରାନ୍ତ ବ୍ୟକ୍ତି ଘରେ ମୁଁହ କୁ ଘୋଡେଇ ରଖିବେ।ଯେଉଁମାନେ ଏହିସବୁ ନିୟମ ଅମାନ୍ୟ କରିବେ ତାଙ୍କ ବିରୁଦ୍ଧରେ ମହାମାରୀ ରୋଗ ନିୟମ ଉଲଂଘନ ଅଭିଯୋଗରେ ମାମଲା ରୁଜୁ କରାଯିବ ବୋଲି ଜଣାପଡ଼ିଛି।ଏଭଳି ପରିସ୍ଥିତିରେ ସମସ୍ତେ ଘରେ ସୁରକ୍ଷିତ ରହିବା ନିମନ୍ତେ ସତର୍କ କରାଯାଉଛି।
ଜଗନ୍ନାଥପ୍ରସାଦ ରୁ ଚିତ୍ତରଞ୍ଜନ