
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
କରୋନା ରୋଗକୁ ନେଇ ସାରା ବିଶ୍ୱ ଆଜି ଆତଙ୍କିତ ଅବସ୍ଥାରେ ରହିଛି।ତେଣୁ ଏହାର କିଭଳି ଉଚିତ ମୁକାବିଲା କରାଯାଇପାରିବ ସେଥିପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି।ଆମେ ଭାରତବାସୀ ସମସ୍ତେ ଏକାଠି ହୋଇ କିଭଳି ଏହି ମାରାତ୍ମକ ରୋଗର ପ୍ରତିରୋଧ କରିବା ସେଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିଜ ନିଜ ଘରେ ରହି ରବିବାର ରାତି ୯ଟା ସମୟରେ ୯ମିନିଟ ପାଇଁ ଘରର ସମସ୍ତ ଲାଇଟ ଲିଭାଇ କେବଳ ଦୀପ, ମହମବତୀ, ଟର୍ଚ୍ଚ ଓ ଫ୍ଲାଶ ଲାଇଟ ଜଳେଇବାକୁ ନିବେଦନ କରିଥିଲେ।ଏହାର ଉଦ୍ଦେଶ୍ୟ ଥିଲା ଆମେ ସମସ୍ତେ ଭାରତୀୟ ଏକ ଏବଂ ଦେଶର ଏଭଳି ପରିସ୍ଥିତିରେ ଆମେ ଏକତ୍ରିତ ହୋଇ କରୋନା ର ମୁକାବିଲା କରିବା ପାଇଁ ସଂକଳ୍ପବଦ୍ଧ ବୋଲି ବିଶ୍ୱବାସୀଙ୍କୁ ଜଣେଇବା। ତେଣୁ ଏହି ବାର୍ତ୍ତା କୁ ସମର୍ଥନ ଜଣାଇ ଭଞ୍ଜନଗର ସମେତ ଆଖ ପାଖ ଅଞ୍ଚଳର ଲୋକମାନେ ଘରେ ଦୀପ,ମହମବତୀ ଓ ଟର୍ଚ୍ଚ ଆଦି ଜଳେଇ ନିଜର ସମ୍ମତି ଜଣେଇଛନ୍ତି।