-
୧୭ ଜଣ ଅମାନିଆ କ୍ୱାରେଂଟାଇନରେ
ଭଦ୍ରକ । ରାଜ୍ୟ ସରକାରଙ୍କ ଦ୍ୱାରା ଭଦ୍ରକ ସହରକୁ ୪୮ ଘଂଟିଆ ଶଟ ଡାଉନ ବେଳେ ସ୍ଥିତିର ସମୀକ୍ଷା କରିବାକୁ ରାଜ୍ୟ ପୋଲିସ ମହା ନିର୍ଦେଶକ ଅଭୟ ଭଦ୍ରକ ପହଂଚିଥିଲୋ
ଭଦ୍ରକ ପହଂଚିବା ପରେ ସେ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପୂର୍ବାଂଚଳ ଆଇଜି ଓ ଏସପିଙ୍କ ସହ ସ୍ଥିତିର ସମୀକ୍ଷା କରିଥିଲେ । ପରେ ସେ ଡିଆଇବି ଅଫିସରେ ହୋଇଥିବା ପୋଲିସ କଂଟ୍ରୋଲ ରୁମ ବୁଲି ଦେଖିଥିଲେ । ପରେ ସେ ଭଦ୍ରକ ସହରର ପୁରୁଣାବଜାର, ଚରମ୍ପା ସମେତ ବହୁ ଗୁରୁତ୍ୱପୂର୍ଣ ସ୍ଥାନକୁ ଯାଇ ପୋଲିସ ବ୍ୟବସ୍ଥା ସହ ପାଟ୍ରୋଲିଂ ବ୍ୟବସ୍ଥା ସଟ ଡାଉନ ସ୍ଥିତିକୁ ଦେଖିଥିଲେ ।
ସଟ ଡାଉନ ପାଇଁ ଭଦ୍ରକ ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ, ୩୫ ଜଣ ପୋଲିସ ଅଧିକାରୀ, ୨୨ ଜଣ ମାଜିଷ୍ଟ୍ରେଟ , ତିନି ପ୍ଲାଟୁନ ଓଏଏସଏଫ ସହରରେ ବିଭିନ୍ନ ସ୍ଥାନରେ ମୁତୟନ କରା ଯାଇଛି । ସଟ ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ବର୍ତମାନ ସୁଦ୍ଧା ୧୭ ଜଣଙ୍କୁ କ୍ୱାରେଂଟାଇନରେ ରଖା ଯାଇ୍ଛି ।