ଲକ୍ଷ୍ମୀପୁର-ଖିରି- ଧୌରାହରା କୋତବାଲି ଅଂଚଳର ମସଜିଦରେ ଧରା ଯାଇଥିବା ୨୦ ଜମାତିଙ୍କ ମଧ୍ୟରୁ ତିିନି ଜଣଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି । ଆଉ ଚାରି ଜଣଙ୍କ ରିପୋର୍ଟ ଆସିବା ବାକି ରହିଛି ।
ଜିଲ୍ଲା ହସ୍ପିଟାଲର ଲ୍ୟାବ୍ ଟେକ୍ନିସିଆନ ମହନ୍ତ ସିଂହ ରବିବାର ସକାଳେ କହିଛନ୍ତି ଯେ, ଏପ୍ରିଲ ୩ରେ ପ୍ରାୟ ୧୬ ନମୂନା ପରୀକ୍ଷା ଲାଗି ପଠାଯାଇଥିଲା, ଏଥିରୁ ତିନି ନମୂନା କରୋନା ପଜିଟିଭ୍ ଥିବା ଶନିବାର ସନ୍ଧ୍ୟାରେ ଆସିଥିବା ରିପୋର୍ଟରୁ ଜଣା ପଡିଛି । ଏବେ ଆହୁରି ଚାରି ରିପୋର୍ଟ ଆସିବା ବାକି ରହିଛି । ଏପ୍ରିଲ ୪ରେ ଜମାତ ସହ ସମ୍ବନ୍ଧିତ ଚାରି ଜଣଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ଯାହାର ରିପୋର୍ଟ ଆଜି ସନ୍ଧ୍ୟା ସୁଦ୍ଧା ମିଳିବାର ଆଶା କରାଯାଉଛି । ପଜିଟିଭ ଚିହ୍ନଟ ତିନି ଜଣଙ୍କ ଚିକିତ୍ସା ପାଇଁ ଲଖନଉ ପଠାଇ ଦିଆଯାଇଛି ।
ଏପ୍ରିଲ ୧ ସନ୍ଧ୍ୟାରେ ଖୋରି ଜିଲ୍ଲାର ଧୌରହରା ତହସିଲର ଏକ ମସଜିଦରେ କିଛି ଲୋକ ଛପି ରହିଥିବା ସୂଚନା ମିଳିବା ପରେ ପୋଲିସ୍ ସେଠାରେ ପହଁଚି ଲୋକଙ୍କୁ ବାହାର କରିଥିଲା । ଏଥିରେ ପ୍ରାୟ ୨୦ ଜଣ ସାମିଲ ଥିଲେ । ସେମାନଙ୍କ ମଧ୍ୟରୁ ୧୬ ଜଣ ତବଲିଗି ଜମାତ ଧାର୍ମିକ ସମାରୋହରେ ଯୋଗ ଦେଇ ଫେରିଥିଲେ । ଏଥି ମଧ୍ୟରୁ ତିନି ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।