ସିମଲା– ହିମାଚଳ ପ୍ରଦେଶରେ କରୋନା ଭାଇରସର ପ୍ରକୋପ ବଢିବାରେ ଲାଗିଛି । ରାଜ୍ୟର ସବୁଠୁ ବଡ ହସ୍ପିଟାଲ ଆଇଜିଏମସି ସିମଲାରେ ଶନିବାର ବିଳମ୍ବିତ ରାତ୍ରିରେ ମିଳିଥିବା ୫୫ ନମୂନାର ଯାଂଚ ରିପୋର୍ଟରେ ସାତ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆର.ଡି.ଧୀମାନ ରବିବାର ସକାଳେ ଏହି ସୂଚନା ଦେଇଛନ୍ତି ।
ସମସ୍ତ ସାତ କରୋନା ପଜିଟିଭ୍ ସଂକ୍ରମିତ ରାଜ୍ୟର ସୋଲନ ଜିଲ୍ଲାର ବାସିନ୍ଦା । ଏଥିରୁ ଚାରି ଉଦ୍ୟଗନଗରୀ ବଦିରୁ ହୋଇଥିବା ବେଳେ ସେମାରେ ସେହି ଉଦ୍ୟୋଗପତି ମହିଳା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ, ଯାହାଙ୍କର ଗତ ଶୁକ୍ରବାର ଚଣ୍ଡିଗଡର ପିଜିଆଇ ହସ୍ପିଟାଲରେ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିଲା । ଅନ୍ୟ ତିନି ଆକ୍ରାନ୍ତ ସୋଲନର ନାଲାଗଢ ଅଂଚଳର । ଏହି ତିନି ଜଣ ଦିଲ୍ଲୀର ନିଜାମୁଦ୍ଦିନ ମରକଜରୁ ଫେରିଥିବା ତବଲିଗି ଜମାତ । ଗତ ଦିନରେ ଉନା ପହଁଚିଥିବା ଜମାତି କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଆରଡି ଧିମାନ କହିଛନ୍ତି ଯେ, ପ୍ରଥମ ଚାରି କରୋନା ପଜିଟିଭ୍ ସଂକ୍ରମିତଙ୍କ ଚିକିତ୍ସା ହିମାଚଳ ପ୍ରଦେଶ ବାହାରେ ଏକ ଘରୋଇ ହସ୍ପିଟାଲରେ ଜାରି ରହିଛି । ଅନ୍ୟ ତିିନି ତବଲିଗି ଜମାତିଙ୍କୁ ସିମଲାର ଆଇଜିଏମସିର ଆଇସୋଲେସନ ଓ୍ଵାର୍ଡରେ ଭର୍ତି କରାଯାଇଛି ।
ଏଥି ସହ ହିମାଚଳ ପ୍ରଦେଶରେ କୋଭିଡ୍ ୧୯ ସଂଖ୍ୟା ବଢି ୧୩କୁ ବୃଦ୍ଧି ଘଟିଛି । ଏଥିରୁ ଛଅ ଆକ୍ରାନ୍ତ କେବଳ ତବଲିଗି ଜମାତର । ଜଣେ ୬୯ବର୍ଷୀୟ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ୩୨ ବର୍ଷୀୟ ଯୁବକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୬୩ ବର୍ଷୀୟ ମହିଳାଙ୍କ ରିପୋର୍ଟ ଆସିବା ବାକି ରହିଛି ।
ଉଲ୍ଲେଖନୀୟ ରାଜ୍ୟକୁ ଫେରିଥିବା ଲବଲିଗି ଜମାତର ୨୫୭ ଲୋକଙ୍କୁ କ୍ୱାରେନଟାଇନରେ ରଖାଯାଇଛି । ସିରମୌର ଜିଲ୍ଲାରେ ସବୁଠୁ ଅଧିକ ୫୮ ଜମାତି ଫେରିଥିଲେ । ଏହା ବ୍ୟତୀତ କାଙ୍ଗଡାରେ ୪୦ ଓ ସିମଲାରେ ୨୩ ଜମାତି ପହଁଚିଛନ୍ତି ।