ନୂଆଦିଲ୍ଲୀ– ଦେଶର ସବୁଠୁ ବଡ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ଦିଲ୍ଲୀର ମେଟ୍ରୋ ଷ୍ଟେସନରେ ମୁତୟନ କେନ୍ଦ୍ରୀୟ ଅଦୌଗିକି ସୁରକ୍ଷା ବଳ(ସିଆଇଏସଏଫ)ର ଯବାନଙ୍କୁ ୧୬ ହଜାର ମାସ୍କ ଓ ଏକ ହଜାର ଗ୍ଲୋଭ୍ସ ପ୍ରଦାନ କରିଛି ।
ସିଆଇଏସଏଫର ମହାନୀରିକ୍ଷକ ସୁଧୀର କୁମାର ଆଇସିଆଇସିଆଇ ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା ମାସ୍କ ଓ ଗ୍ଲୋଭ୍ସ ପାଇଁ ବ୍ୟାଙ୍କକୁ ଧନ୍ୟବାଦ ଦେଇଛନ୍ତି । ସେ ଏକ ପତ୍ର ଲେଖି କହିଛନ୍ତି ଯେ, ଆବଶ୍ୟକତାର ଏହି ସମୟରେ ଆଇସିଆଇସିଆଇ ବ୍ୟାଙ୍କ ଦ୍ୱାରା ଦିଲ୍ଲୀର ମେଟ୍ରୋ ରେଲ୍ କର୍ପୋରେସନ(ଡିଏମଆରସି)ରେ ମୁତୟନ ଆମର ଯବାନଙ୍କୁ ୧୬ ହଜାର ମାସ୍କ ଓ ଏକ ହଜାର ଗ୍ଲୋଭ୍ସ ଦେଇଥିବାରୁ ଧନ୍ୟବାଦ । ସେ କହିଛନ୍ତି ଡିଏମଆରସିରେ ମୁତୟନ ଆମର କର୍ମୀଙ୍କୁ ସଂପ୍ରତି ଏହାର ବହୁତ ଆବଶ୍ୟକତା ଥିଲା ।
ସୁଧିର କୁମାର କହିଛନ୍ତି ଏହି ମାନବିକତା ଓ ମହତ କାମ ପାଇଁ ବ୍ୟାଙ୍କକୁ କୃତଜ୍ଞତା ଜଣାଉଛୁ । ଏହା ନିଶ୍ଚିତ ରୂପେ କୋଭିଡ୍-୧୯ ମୁକାବିଲା ଲଢେଇରେ ସିଆଇଏସଏଫ ଯୋଦ୍ଧାଙ୍କ ପାଇଁ ବହୁତ ସହାୟକ ହେବ ।