ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଲକ୍ ଡାଉନ୍ ଜାରୀ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ମଧ୍ୟାହ୍ନରୁ ଆସନ୍ତା କାଲି ସକାଳ ୬ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜିଲ୍ଲାକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଫଳରେ ଜିଲ୍ଲାର ସହର ଠାରୁ ଆରମ୍ଭ କରି ଗାଁ ଗହଳି ରାସ୍ତା ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇପଡିଛି । ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ୫ ଘଂଟା ପାଇଁ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ ଖୋଲାଥିଲା । ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରି ଅଧିକାଂଶ ଲୋକ ଚାଲି ଚାଲି ସାମଗ୍ରୀ କିଣିବାକୁ ଆସିଥିବା ଦେଖିବାକୁ ମିଳିଥିଲା ।
Related Stories
January 25, 2025
January 25, 2025