ଗଞ୍ଜାମ– କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ ଗଞ୍ଜାମ ଜିଲ୍ଲା ଶେରେଗଡ଼ ବ୍ଲକ କୁଲାଗଡ଼ ଦ୍ୱିତୀୟ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଗୀତାଞ୍ଜଳି ନାୟକଙ୍କୁ ଗତକାଲି ଉପଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଅନ୍ୟପକ୍ଷରେ ଗୀତାଞ୍ଜଳି ସୁଚାରୂ ରୂପେ ତାଙ୍କର ଦାୟୀତ୍ୱ ସମ୍ପାଦନ କରିଆସୁଥିବା ବେଳେ ଆକ୍ରୋଶମୂଳକ ଭାବେ ଦୁଇ ଜଣ ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ବଳରେ ଉପଜିଲ୍ଲାପାଳ ଏହି ନିଲମ୍ବନ ଆଦେଶ ଦେଇଥିବାରୁ ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାରେ ବ୍ଲକର ସମସ୍ତ ଅଙ୍ଗନବାଡ଼ି କର୍ମୀ କ୍ଷୋଭ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଘଟଣାର ତଦନ୍ତ ପୂର୍ବକ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଦାବି ହେଉଛି ।
Related Stories
January 25, 2025
January 25, 2025