ଗଞ୍ଜାମ– ହାଇଦ୍ରାବାଦରେ କାମ କରୁଥିବା ଦୁଇ ଜଣ ଯୁବକ ଗତକାଲି ବିଳମ୍ବିତ ରାତିରେ ଶେରେଗଡ଼ ବ୍ଲକର ପିତଳ ଗ୍ରାମକୁ ଫେରିଥିଲେ । ସେମାନେ କୌଣସି ଏକ ଟ୍ରକ୍ ଯୋଗେ ଆସିଥିବା ସୂଚନା ମିଳୁଛି । ହେଲେ ପ୍ରଶାସନର ବ୍ୟବସ୍ଥା ଅନୁଯାୟୀ ଜିଲ୍ଲା ସୀମାନ୍ତରେ ସେମାନଙ୍କୁ ଅଟକା ଗଲା ନାହିଁ କିପରି, ସେମାନେ ଗାଁ ପର୍ଯ୍ୟନ୍ତ ଆସିବାକୁ ସୁବିଧା ପାଇଲେ କିପରି, ତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । ସେମାନେ ହେଲେ କାହ୍ନୁ ଡାକୁଆ (୨୭) ଓ ଅରୁଣ ବେହେରା (୩୨) । ଉଭୟଙ୍କୁ ପିତଳ ହାଇସ୍କୁଲ ଠାରେ ଥିବା କ୍ୱାରେଂଟାଇନ ହୋମ୍ ରେ ରଖାଯାଇଛି । ହେଲେ ଏଠାରେ ଖଟ କିମ୍ବା ଶଯ୍ୟାର ବ୍ୟବସ୍ଥା ନାହିଁ । ବିଦ୍ୟାଳୟରେ ଛାତ୍ର ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବା ବେଂଚରେ ବେଡସିଟ୍ ପକାଇ ଏମାନଙ୍କୁ ଶୋଇବାକୁ କୁହାଯାଇଛି । ସେହିପରି ସେମାନଙ୍କ ଦେଖାଶୁଣା କରିବା ନିମନ୍ତେ ସେଠାରେ କେହି ନଥିବା ଅଭିଯୋଗ ହୋଇଛି ।
Related Stories
January 25, 2025
January 25, 2025