
ଭଞ୍ଜନଗର ଜୟକୃଷ୍ଣ ପଟ୍ଟନାୟକ – ଦିନକୁ ଦିନ କରୋନା ରୋଗରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢିବାରେ ଲାଗିଛି।ତେଣୁ କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।କିଭଳି ଏହି ରୋଗ କୁ ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ ଲକ ଡାଉନ ମଧ୍ୟ ଘୋଷଣା କରାଯାଇଛି।ଏଥିସହ ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନରେ ଏହି ଭୁତାଣୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ଥିବାରୁ ତାହାର ପ୍ରତିରୋଧ କରିବା ପାଇଁ ରବିବାର ଭଞ୍ଜନଗର ଅଗ୍ନିଶମ ବିଭାଗ ଦ୍ଵାରା ମେଡିକାଲକୁ ସୁରକ୍ଷିତ ରଖିବା ପାଇଁ ମେଡିକାଲ ପରିସର ସମେତ ବାହାର ଓ ଭିତରର ବିଭିନ୍ନ ସ୍ଥାନରେ ସୋଡ଼ିଅମ ବାଇ କାର୍ବୋନେଟ ସହ କ୍ଲୋରିନ ର ମିଶ୍ରଣରେ ପ୍ରସ୍ତୁତ ସାନିଟାଇଜର ସିଞ୍ଚନ କରାଯାଇଛି।ଏହି କାର୍ଯ୍ୟରେ ଅଗ୍ନିଶମ ବିଭାଗର ୨ଟି ଗାଡ଼ି ନିୟୋଜିତ ହେବା ସହ୧୫ଜଣ କର୍ମଚାରୀ ସାମିଲ ହୋଇଥିଲେ। ଆଗାମୀ ଦିନରେ ଏହି ସାନିଟାଇଜର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ପୋଲିସ ଥାନା, ଜେଲ, ବିଭିନ୍ନ ସପିଙ୍ଗ ମଲ ଏବଂ ସହରର ଗଳି କନ୍ଦିରେ ଥିବା ଡ୍ରେନଗୁଡିକରେ ମଧ୍ୟ ପକାଯିବ ବୋଲି ଜଣାପଡ଼ିଛି।