ବ୍ରହ୍ମପୁର,୪/୪, କରୋନୋଲି ସ୍ଥିତ ଏଫ୍ ସି ଆଇ ଗୋଦାମ ରୁ ବିନା ୱେ-ବିଲ ରେ ଦୁଇ ଟ୍ରକ ସରକାରୀ ଚାଉଳ ଚାଲାଣ ହେଉଥିବା ବେଳେ ଆସିକା ଚିନି ଶିଳ୍ପ ନିକଟ ରେ ଲୋକଙ୍କ ହାବୁଡ଼ ରେ ପଡ଼ିଛି। ସନ୍ଦେହ ଜନକ ଅବସ୍ଥା ରେ ପି ଡି ଏସ ଚାଉଳ ଟ୍ରକ୍ ନ.-ଓଡି-୦୭ ଏ ଏଫ୍-୩୨୭୭ ଓ ଓଡି-୦୨ ଏ ବି-୩୨୭୭ ଉକ୍ତ ରାସ୍ତା ରେ ଯାଉଥିବା ବେଳେ ସମିତି ସଭ୍ୟ ଅନିଲ ପରିଡ଼ା ଓ ଅନ୍ୟ କିଛି ଯୁବକ ଅଟକାଇଥିଲେ। ସରକାରୀ ଚାଉଳ କୁଆଡେ ଯାଉଛି ପଚାରିଲାରେ ଦୁଇ ଟ୍ରକ୍ ଡ୍ରାଇଭର କିଛି ଉତ୍ତର ଦେଇ ପାରିନଥିଲେ। ଚାଉଳ ଗାଡ଼ି ଚାଲାଣ ନେଇ ୱ୍ୱ ବିଲ ସେମାନଙ୍କ ପାଖରେ ନଥିବା ବେଳେ କରୋନୋଲି ସ୍ଥିତ ଏଫ୍ ସି ଆଇ ଗୋଦାମ ର ଗେଟ ପାସ୍ ଦେଖାଇ ଥିଲେ ଦୁଇ ଡ୍ରାଇଭର। ଦୁଇ ଟ୍ରକ୍ ରେ ୬୨୦ ବସ୍ତା ରେ ୩୧୦ କ୍ଵିଣ୍ଟାଲ ଚାଉଳ ଚାଲାଣ କରା ହେଉ ଥିବା ଦେଖି ଟ୍ରକ୍ କୁ ଅଟକ ରଖି ଥିବା ଯୁବକ ମାନେ ଭଞ୍ଜନଗର ଉପ ଜିଲ୍ଲା ପାଳ ସମେତ ସ୍ଥାନୀୟ ପୋଲିସ, ପ୍ରଶାସନ ଓ ଗଣ ମାଧ୍ୟମ ପ୍ରତିନିଧି ଙ୍କ ଦୃଷ୍ଠି ଆକର୍ଷଣ କରି ଥିଲେ। ସ୍ଥାନୀୟ ତହସିଲଦାର ସଦାନନ୍ଦ ସେଠୀ ଓ ଯୋଗାଣ ଅଧିକାରୀ ଜୟ ରାମ ଲେଙ୍କା ଘଟଣା ସ୍ଥଳ ରେ ପହଞ୍ଚି ଯାଞ୍ଚ କରିଥିଲେ । ଦୁଇଟି ଯାକ ଟ୍ରକ୍ ର ଯାଞ୍ଚ ବେଳେ ଆବଶ୍ୟକୀୟ ୱେ ବିଲ ନଥିବା ଦେଖି ଉଭୟ ଗାଡ଼ି କୁ ଜବତ କରି ତହସିଲ କାର୍ଯ୍ୟାଳୟ କୁ ନେଇ ଥିଲେ।ତେବେ ଗାଡ଼ିର ୱେ ବିଲ ନଥାଇ ଏହା ଏଫ୍ ସି ଆଇ ଗୋଦାମ ର ଗେଟ ବାହାର କୁ କେମିତି ବାହାରିଲା ସନ୍ଦେହ ସୃଷ୍ଠି କରିଛି।ଏଫ୍ ସି ଆଇ ଗୋଦାମ କର୍ମଚାରୀ ଓ ଅଧିକାରୀ ଙ୍କ କାର୍ଯ୍ୟ ଦକ୍ଷତା କୁ ଆଙ୍ଗୁଳି ନିର୍ଦ୍ଦେଶ କରୁ ଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଏହା ର ତଦନ୍ତ ଚାଲିଥିବା ଜଣାଯାଇଛି।
Related Stories
August 17, 2025
August 17, 2025