
ଭଞ୍ଜନଗର ଜୟକୃଷ୍ଣ ପଟ୍ଟନାୟକ – ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥିର ହୋଇଛି।ସେଥିମଧ୍ୟରେ ଦିନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ପୁରା ସଟ ଡାଉନ ରହିବ।ଏହି ସମୟରେ ପ୍ରଶାସନ ତରଫରୁ କେବଳ ଅନୁମତି ମିଳିଥିବା ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଫୋନ୍ ଦ୍ୱାରା ଔଷଧ ଯୋଗାଣ ଓ ରୋଗୀସେବା ପାଇଁ ଗୁରୁତ୍ୱ ଦିଆଯାଇଛି।ବାଇକରେ ମେଡ଼ିକାଲ ଆସିଥିବା ଲୋକ ତହସିଲଦାର ଓ ଥାନା ଅଧିକାରୀ ଙ୍କ ଠାରୁ ଅନୁମତି ଆଣିବା ପାଇଁ ବାଧ୍ୟ।ସକାଳ ୭ଟାରୁ ଦିନ ୧୨ଟା ମଧ୍ୟରେ ଲୋକମାନେ ଚାଲି ଚାଲି ଆସି ରାସନ ସାମଗ୍ରୀ ଓ ପନିପରିବା ସାମାଜିକ ଦୂରତ୍ୱ ରଖି କିଣିପାରିବେ।ସଟଡାଉନ ସମୟରେ ବାଇକ ଚଳାଚଳ ଓ ଅନ୍ୟ ସମସ୍ତ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ।ଏହି ସମୟରେ ଯିଏ ବାହାରେ ବୁଲିବ ତାକୁ ପୋଲିସ ଉଠାଇନେବ।ପୋଲିସ ପେଟ୍ରୋଲିଂ କଡାକଡି କରାଯିବ।ବୟସ୍କ ବ୍ୟକ୍ତି ବାହାରକୁ ବାହାରିବା ମନା ଏବଂ ଯେଉଁମାନେ ବାହାରିବେ ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର କୁ ପଠାଯିବ।ଅତ୍ୟାବଶ୍ୟକ ସ୍ଥଳେ ବାହାରକୁ ବାହାରିବା ଲୋକ ମୁଁହକୁ ସମ୍ପୂର୍ଣ୍ଣ ଢ଼ାଙ୍କିବ ଏବଂ ଥଣ୍ଡା ଓ କାଶ ଆକ୍ରାନ୍ତ ବ୍ୟକ୍ତି ଘରେ ମୁଁହ କୁ ଘୋଡେଇ ରଖିବେ।ଯେଉଁମାନେ ଏହିସବୁ ନିୟମ ଅମାନ୍ୟ କରିବେ ତାଙ୍କ ବିରୁଦ୍ଧରେ ମହାମାରୀ ରୋଗ ନିୟମ ଉଲଂଘନ ଅଭିଯୋଗରେ ମାମଲା ରୁଜୁ କରାଯିବ ବୋଲି ଜଣାପଡ଼ିଛି।ଏଭଳି ପରିସ୍ଥିତିରେ ସମସ୍ତେ ଘରେ ସତର୍କ ଓ ସୁରକ୍ଷିତ ରହିବା ଜରୁରୀ ହୋଇପଡିଛି।