ଭୁୁବନେଶ୍ୱର – ପୁରୀ ଜିଲ୍ଲାର ଦାନଗୋହିର ଗାଁରେ କୋବିଡ-୧୯ ପଜିଟିଭ ମାମଲା ସାମନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଗାଁକୁ ସମ୍ପୂର୍ଣ ଭାବେ ସିଲ କରିଛି । ଏହା ବାଦ ଜିଲ୍ଲା ପ୍ରଶାସନ ଏହି ଗାଁକୁ ଦଶ ଦିନ ଯାଏ ଅର୍ଥାତ ଆଜି ସକାଳ ଠାରୁ ୧୪ ତାରିଖ ମଧ୍ୟ ରାତ୍ରୀ ଯାଏ ସମ୍ପୂର୍ଣ ଭାବେ ଶଟ ଡାଉନ ରହିବ ବୋଲି ଘୋଷଣା କରା ଯାଇଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଂଚଳକୁ ପ୍ରତିବନ୍ଧିତ ଅଂଚଳ ବୋଲି ଘୋଷଣା କରିବା ସହ ସେଠାରେ କୌଣସି ପ୍ରକାର ଚଳାଚଳ ଉପରେ କଟକଣା ଜାରୀ କରା ଯାଇଛି । ଲୋକ ମାନଙ୍କୁ ସେମାନଙ୍କ ଘରେ ରହିବାକୁ କୁହା ଯାଇଛି ।