ବେଜିଙ୍ଗ– ଚୀନ ଶନିବାର କରୋନା ଭାଇରସରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସ୍ମୁତିରେ ସକାଳ ୯ଟାରେ ତିନି ମିନିଟର ମୌନ ବ୍ରତ ରଖିଛି ।
ଏହା ପୂର୍ବରୁ ଶୁକ୍ରବାର ରାଷ୍ଟ୍ରୀୟ ଶୋକର ଘୋଷଣା କରାଯାଇଥିଲା । ଏହି ସମୟରେ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଅନ୍ୟ ନେତା ମଧ୍ୟ କରୋନା ଭାଇରସରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ସମସ୍ତ ଦେଶବାସୀ ୩ ମିନିଟ୍ ମୌନ ରଖିଥିଲେ । ଏହି ସମୟରେ ଗାଡିର ହର୍ଣ୍ଣ, ଏୟାର ଡିଫେନ୍ସର ଆଲାର୍ମ ମଧ୍ୟ ବନ୍ଦ କରାଯାଇଥିଲା । ଲୋକେ ଧଳା ଫୁଲ ସହ ରାଷ୍ଟ୍ରୀୟ ପତାକା ସାମ୍ନାରେ ମୁଣ୍ଡ ନୁଆଁଇ ମୃତକଙ୍କ ପ୍ରତି ମୌନ ରହି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଉଲ୍ଲେଖନୀୟ ଚୀନର ଉହାନ ସହରରୁ କରୋନା ଭାଇରସ୍ ବ୍ୟାପିବା ଆରମ୍ଭ ହୋଇଥିଲା । ଏହା ପରେ ଚୀନରେ ଦୁଇ ମଙ୍କସର ଲକଡାଉନ କରାଯାଇଥିଲା । ବଡ ସଂଖ୍ୟାରେ ଲୋକେ ଏହି ମହାମାରୀରେ ସଂକ୍ରମଣ ହୋଇ ପ୍ରାଣ ହରାଇଥିଲେ । ଏବେ ଏହା ଦୁନିଆର ୨୦୦ ଦେଶକୁ ବ୍ୟାପି ସାରିଛି । ଭାରତ ସମେତ ଅନେକ ଦେଶ ସଂପ୍ରତି ଲକଡାଉନରେ ଅଛନ୍ତି । ଲୋକଙ୍କୁ ଘରୁ ନବାହାରିବାକୁ ଅପିଲ୍ କରାଯାଇଛି।