ଦିଗପହଣ୍ଡି : ଭୁବନେଶ୍ବର ସୁର୍ଯ୍ୟନଗର ରୁ ମହାମାରି କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣକ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏହି ଅଂଚଳକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ଅମାନ୍ୟ କରି ଦିଗପହଣ୍ଡି ଅଂଚଳର ଫାସିଗୁଡା.ଅନଙ୍ଗପୁର.ଗୋକର୍ଣ୍ଣପୁର.ବାସୁଦେବପୁର ଗ୍ରାମର ଲୋକମାନେ ଗଳାବାଟ ଦେଇ ନିଜ ଅଂଚଳ କୁ ଚାଲି ଆସୁଥିବାର ଦିଗପହଣ୍ଡି ପୋଲିସକୁ ସୁଚନା ମିଳିଥିଲା । ସୁଚନା ପାଇ ଥାନା ଆଇ.ଆଇ.ସି ବସନ୍ତ କୁମାର ସେଠୀଙ୍କ ସହ ସମସ୍ତ କର୍ମଚା୍ରୀ ମାନେ ଗତ ବିଳମ୍ବିତ ରାତ୍ର ସମୟରେ ପେଟ୍ରୋଲଂ କରିଥିଲେ । ଏହି ସମୟରେ ଗୋଟିଏ ପରିବାର ର ତିନୋଟି ସନ୍ତାନ ସହ ୫ ଜଣ ପୁରୁଷ ଓ ମହିଳା ମିଶି ଏକ ଡାଲା ଅଟୋ ଯୋଗେ ନିଜ ଗ୍ରାମକୁ(ଫାସିଗୁଡା) ଚାଲି ଆସୁଥିଲେ ।ଏହି ସମୟରେ ପଛରେ ପୋଲିସ ପିଛା କରୁଥିବାର ସୁଚନା ପାଇ ଅଟୋ ଚାଳକ ପାଟପୁର ଥାନା ଅନ୍ତର୍ଗତ ନରସିଂହଗତ ସମ୍ପର୍କୀୟ ଘରକୁ ଚାଲି ଆସିଥିଲେ । ଖବରପାଇ ଦିଗପହଣ୍ଡି ପୁଲିସ ଘଟଣା ସ୍ଥଳରେ ପହଂଚି ଉକ୍ତ ପରିବାର ବର୍ଗ ଙ୍କୁ ଉଦ୍ଧାର କରିଥିଲେ । ପରେ ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗେ ଙ୍କ ନିର୍ଦ୍ଧେଶ କ୍ରମେ ଏନ.ଏ.ସି ନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ଡାକୁଆଙ୍କ ତତ୍ବାବଧାନରେ ପରିବାର ବର୍ଗ ଙ୍କୁ ସୁରକ୍ଷିତ ଅବସ୍ଥାରେ ଏନ.ଏ.ସି ସ୍ଥିତ ବିଜୁ କଲ୍ଯାଣ ମଣ୍ଧପରେ ରଖିଥିଲେ । ସକାଳ ହେବା ପରେ ସମ୍ପୃକ୍ତ ପରିବାରଙ୍କ ସ୍ବାସ୍ଥ୍ୟ ପରିକ୍ଷା କରିବା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦିଗପହଣ୍ଡି ଥାନା ଅଧିକାରୀ ଙ୍କ ଏଭଳି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସମତେ ଅଂଚଳବାସୀ ଭୁୟସି ପ୍ରଶଂସା କରିଛନ୍ତି ।
ରିପୋର୍ଟ: ପ୍ରଫୁଲ୍ଲ ସାବତ ।