
ଭଞ୍ଜନଗର ଜୟକୃଷ୍ଣ ପଟ୍ଟନାୟକ – କରୋନା ଭାଇରସ ସଂକ୍ରମଣ କୁ ରୋକିବା ପାଇଁ ସରକାରଙ୍କ ତରଫରୁ ଚାରିଆଡେ ୨୧ଦିନିଆ ଲକ ଡାଉନ ଘୋଷଣା କରାଯାଇଛି।ଯାହାଫଳରେ ବାହାରକୁ ନବାହାରି ସମସ୍ତେ ଘରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ହେଲେ ଏଭଳି ପରିସ୍ଥିତିରେ କାମ ଧନ୍ଦା ବନ୍ଦ କାରଣରୁ ବହୁ ଅସହାୟ,ଗରୀବ ଲୋକ ରୋଜଗାର ହରାଇ ପରିବାର ସହ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି।ଯାହାଫଳରେ ସେମାନଙ୍କ ଚଳିବା ଓ ଖାଇବା କଷ୍ଟକର ହୋଇପଡିଛି।ଏହାଦେଖି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାଉଁଶଲୁଣ୍ଡି ଗଜଲଷ୍ମୀ ପୂଜା କମିଟିର ସଦସ୍ୟମାନେ ସେହି ଅସହାୟ ଓ ଗରୀବ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।ସେମାନେ ପ୍ରତ୍ୟେକ ପରିବାରକୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ,ପନିପରିବା, ସାବୁନ ଆଦି ଯୋଗାଇଦେବା ସହ ଏହି ଲକ ଡାଉନ ସମୟରେ ଘରେ ସୁରକ୍ଷିତ ଭାବେ ରହିବା, ହାତକୁ ଭଲ ଭାବରେ ଧୋଇବା, ଘରୁ ବାହାରକୁ ନବାହାରିବା ବିଷୟରେ ଲୋକଙ୍କୁ ପରାମର୍ଶ ଦେଇ ସଚେତନ କରିଛନ୍ତି।