ରାୟପୁର – ଦିଲ୍ଲୀର ନିଜାମୁଦ୍ଦିନ ଠାରେ ଅନୁଷ୍ଠିତ ହୋଇଥିବା ତବଲିଗି ଜମାତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣେ ଯୁବକ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଉକ୍ତ ଯୁବକ ଅନ୍ୟ ୧୬ ଜଣଙ୍କ ସହିତ ମହାରାଷ୍ଟ୍ରରୁ କୋରବା ଆସିଥିଲା । ଅନ୍ୟ ମାନଙ୍କୁ କ୍ୱାରେଂଟାଇନରେ ରଖା ଯାଇଛି ।