
ଜୟପାଟଣା – ଚଳିତ ବର୍ଷ ଜୁଲାଇ ମାସରୁ କ୍ରମାଗତ ଭାବରେ ବର୍ଷା ଲାଗି ରହିଥିବା ଇନ୍ଦ୍ରାବତୀ ବାମ ଓ ଦକ୍ଷିଣ କେନାଲର ସମସ୍ତ ଜଳ ସେଚିତ ଅଂଚଳରେ ଜଳ ସେଚନ କମେଇ ଦିଆଯାଇଥିଲା । ଏବେ କିଛି ଦିନ ହେବ ବର୍ଷାର ମାତ୍ରା କମି ଯାଇଥିବାରୁ ଆଜି ଉଭୟ ବାମ ଓ ଦକ୍ଷିଣ କେନାଲରେ ଆରମ୍ଭ କରି ଦିଆଯାଇଛି । ସୂଚନାରୁ ପ୍ରକାଶ ଯେ, ଇନ୍ଦ୍ରାବତୀ ଜଳସେଚନ ଖରିଫ ସମୟରେ ୪୪ ହଜାର ହେକ୍ଟର ଚାଷ ଜମିରେ ଯୋଗାଇ ଦିଆଯାଉଥିବା ବେଳେ ଗତ ୫୩ ଦିନ ଧରି ଜଳ ସେଚନର ଆବଶ୍ୟକତାକୁ ନଜରରେ ରଖି ସେଚନକୁ କମେଇ ଦିଆଯାଇଥିଲା । ଆଜି ଠାରୁ ବାମ ମୁଖ୍ୟ କେନାଲରେ ୪୬.୪୩ ଘନମିଟର ପାଣି ଛଡ଼ା ଯାଉଥିବା ବେଳେ ଦକ୍ଷିଣ ମୁଖ୍ୟ କେନାଲରେ ୧୬.୬୮ ଘନ ମିଟର ପାଣି ଛଡ଼ା ଯାଉଥିବା ଜଣାପଡ଼ିଛି । ସେହିପରି ମଙ୍ଗଳପୁରସ୍ଥିତ ହାତୀ ବ୍ୟାରେଜରେ ଜଳ ସଂରକ୍ଷଣ ୨୬୨.୧୦ ମିଟର ଥିବା ବେଳେ ଗୋଟିଏ ରେଡ଼ିଏଲ ଗେଟ୍ ଖୋଲାଯାଇ ହାତୀ ନଦୀ ଗର୍ଭକୁ ୮୭.୯୮ ଘନ ମିଟର ପାଣି ଛଡ଼ା ଯାଉଥିବା ସୂଚନାରୁ ପ୍ରକାଶ । ଠିକ୍ ସେହିପରି ଇନ୍ଦ୍ରାବତୀ ଜଳ ଭଣ୍ଡାର ସର୍ବୋଚ୍ଚ ସୀମା ୬୪୨ ମିଟର ଥିବା ବେଳେ ଜଳ ସ୍ତର ୬୪୧.୦୫ ମିଟର ଥିବା ଜଣାପଡ଼ିଛି । ଗତ ୨୪ ଘଂଟା ମଧ୍ୟରେ ପାୱାର ହାଉସରୁ ୪୯୭.୮୩୩ ମେଗାୱାଟ୍ ବିଦୁ୍ୟତ ଉପôାଦନ ହୋଇଥିବା ବେଳେ ବର୍ତମାନର ହାରାହାରି ଉପôାଦନ ୬୦୦ ମେଗାୱାଟରେ ରଖାଯାଇଛି । ଗତ ବର୍ଷ ଜୟପାଟଣା ଅଂଚଳରେ ଏହି ଦିନରେ ୧୪୯୨ ମି.ମି. ବର୍ଷା ଥିବା ବେଳେ ଚଳିତ ବର୍ଷ ୧୮୮୩ ମି.ମି. ଅର୍ଥାତ୍ ୪୦୦ ମି.ମି. ଅଧିକ ବର୍ଷା ହୋଇଥିବା ରେକଡର଼୍ କରାଯାଇଛି ।