ପୁରୀ– ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଅନ୍ତର୍ଗତ ଦାନଗହିର ଗାଁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଖବର ପ୍ରଚାରିତ ହେବା ପରେ ସମଗ୍ର ପିପିଲି ବ୍ଲକ୍, ଡ଼େଲାଙ୍ଗ, କଣାସ, ସତ୍ୟବାଦୀ ବ୍ଲକ୍ ଅଂଚଳରେ ସାଧାରଣରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି । ଲୋକେ ସ୍ୱତଃପ୍ରବୃତ ଭାବେ ଘରେ ରହୁଛନ୍ତି । କେବଳ ଜରୁରୀ କାମ ପଡିଲେ ବାହାରକୁ ବାହାରୁଛନ୍ତି । ନଚେତ୍ ଘରେ ରହିବାକୁ ପସନ୍ଦ କରୁଛନ୍ତି । ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରୁଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବ୍ଲକ୍ ର ଦାନଗହିର, ଜୟପୁର ଓ ଜୟପୁର ଶାସନ ଅଂଚଳକୁ ସିଲ୍ କରାଯାଇଛି । ଆଜି ସକାଳ ୭ଟାରୁ ଆଗାମୀ ୧୪ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ୧୧ ଦିନ ପାଇଁ ସମ୍ପୃକ୍ତ ଅଂଚଳୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ।