ଭୁୁବନେଶ୍ୱର – କରୋନା ସମ୍ପର୍କିତ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗରେ ଗତ ୨୪ଘଂଟା ମଧ୍ୟରେ ଓଡିଶାରେ ମୋଟ୍ ୨୪୫ଟି ମାମଲା ପଞ୍ଜିକୃତ ହୋଇଛି ବୋଲି ଓଡ଼ିଶା ପୋଲିସ ମହାନିର୍ଦେଶକ ଅଭୟ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ଏଥିମଧ୍ୟରୁ, ଲକଡାଉନ୍ ଉଲ୍ଲଂଘନ ପାଇଁ ୨୩୦ଟି ମାମଲା, ହୋମ୍ କ୍ୱାରେଂଟାଇନର ଉଲ୍ଲଂଘନ ପାଇଁ ୩ଟି ମାମଲା ପଞ୍ଜିକୃତ ହୋଇଛି । ଅନ୍ୟାନ୍ୟ ସମସ୍ୟା ପାଇଁ ୧୨ଟି ମାମଲା ପଞ୍ଜିକୃତ ହୋଇଥିବା ନେଇ ପୋଲିସ୍ ଡିଜି ସୂଚନା ଦେଇଛନ୍ତି ।
ଅପରପକ୍ଷରେ ଶନିବାର ରାଜଧାନୀ ଭୁବନେଶ୍ୱରରେ ୬୪ଜଣ ସଟ୍ ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ପୋଲିସ ଉଠାଇ ନେଇଥିବା ବେଳେ ୪୫ଜଣଙ୍କୁ ବାଧ୍ୟତାମୂଳକ କ୍ୱାରେଂଟାଇନରେ ରଖାଯାଇଛି । ସେମାନଙ୍କୁ ୧୪ଦିନ ପାଇଁ ସରକାରୀ କ୍ୱାରେଂଟାଇନରେ ରଖାଯିବ ।