
ଜୟପୁର – ଜୟପୁର ବିମାନଘାଟିକୁ ଜିଲାପାଳ ଙ୍କ ସହ ବୈଷୟିକ ଟିମ ପରିଦର୍ଶନ କରିଛନ୍ତି । ଜୟପୁରବାସୀଙ୍କ ବହୁ ଦିନର ଦାବୀ ଜୟପୁରରୁ ବିମାନଉଡାଣ ନେଇ ଆଶା ସଂଚାର ହୋଇଛି । ଆଂଚଳିକ ଏୟାର କନେକଟିଭିଟି କାଉନସିଲ ବୈଠକରେ ମୂଖ୍ୟ ଶାସନ ସଚିବ ଝାରସୁଗୁଡା ଏୟାରପୋର୍ଟ ପରେ ଜୟପୁର ଏୟାରପୋର୍ଟ ଉପରେ ଧ୍ୟାନ ଦିଆଯାଉଥିବା ନେଇ ସେ ସୂଚନା ପ୍ରଦାନ କରିଥିଲେ । ଏହା ସହ ଅତିରିକ୍ତ ୫୫ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ନେଇ ସେ ମତ ବ୍ୟକ୍ତ କରିଛନ୍ତି । ଯାହା ଜୟପୁର ଏୟାରପୋର୍ଟକୁ ନେଇ ଏକ ନୂଆ ଆଶା ତିଆରି କରିଛି । ବର୍ତମାନ ଜୟପୁର ଏୟାରପୋର୍ଟରେ ଭିତିଭୂମି ନଥିବା ତଥା ଭବିଷ୍ୟତରେ ୫୫ କୋଟି ଅତିରିକ୍ତ ଖର୍ଚ୍ଚ କରାଯାଇ ଏହି ଭିତିଭୂମିକୁ ସଜାଡିବା ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଥିବା ନେଇ ସେ ସୂଚନା ପ୍ରଦାନ କରିଥିଲେି । ଜୟପୁରବାସୀ ଝାରସୁଗୁଡା ପରେ ଜୟପୁର ଏୟାରପୋର୍ଟକୁ ଦୃଷ୍ଟି ଦିଆଯିବା ନେଇ ଆଶାବ୍ୟକ୍ତ କରିଥିଲେ । ଜୟପୁର ବିମାନଘାଟିରୁ ଭୁବନେଶ୍ୱରକୁ ନିତି ଦିନିଆ ବ୍ୟବସାୟିକ ଉଡ଼ାଜାହାଜ ଉଡ଼ିବା ନେଇ ଯେଉଁ ଦ୍ୱନ୍ଦ ରହିଥିଲା ତାହା ଏବେ ପୁଣି କେନ୍ଦ୍ର ସରକାରଙ୍କ “ଉଡ଼ାଣ- ୩.୧’ ଟେଣ୍ଡର ପ୍ରକ୍ରିୟାରେ ଝୁଲି ରହିିଥିଲା ଜିଲାପାଳଙ୍କ ସମୀକ୍ଷା ପରେ ଆଶା ଉଜ୍ୱଳ ହୋଇଛି । ଏହି ଟେଣ୍ଡର ପ୍ରକି୍ରୟା ଗତ ପେବୃଆରୀ୨୭ ତାରିଖ ଦିନ ସରିଥିବା ବେଳେ କଣ ହେବ ଏହାର ଭବିଷ୍ୟତ ତାହାକୁ ନେଇ ପ୍ରଶ୍ନ ଉଠିଛି । କାରଣ ଦିର୍ଘ ବର୍ଷ ହେବ ରାଜ୍ୟ ସରକାର ଏଠାରୁ ଅନ୍ତତଃ ଭୁବନେଶ୍ୱରକୁ ଉଡ଼ାଜାହାଜ ସେବା ନେଇ ଚେଷ୍ଟିତ ହୋଇ ଆସୁଥିଲେ ବି ତାହା ସମ୍ଭବ ହୋଇ ପାରିନାହିଁ । ଗତ ୨୦୧୬ ମସିହାରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ରେଜିଓନାଲ୍ କନେକ୍ଟିଭିଟି ସ୍କିମ୍ ଜରିଆ ଦ୍ୱାରା “ଏୟାର ଓଡ଼ିଶା’ ନାମକ ଏକ ସଂସ୍ଥା ଏହି ସେବା ଆରମ୍ଭ କରିଥିଲେ ବି ତାହା କମ୍ ଦିନରେ ବନ୍ଦ ହୋଇଥିଲା । ୧୯୬୨ ମସିହାରେ ୬୦ ଏକର ଜମିରେ ବିମାନବନ୍ଦର କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ପରେ ପୁଣି ଥରେ ଜମି ଅଧିଗ୍ରହଣ କରାଯାଇ ବ ମାନ ୧୧୩ ଏକରରେ ବିମାନବନ୍ଦର ପହଂଚିଛି । ଏଥିରୁ ପ୍ରାୟ ୧୦୦ ଏକର ସ୍ଥାନକୁ ସୁରକ୍ଷା କାରଣରୁ ୮ କୋଟି ଟଙ୍କା ବ୍ୟୟରେ ଉଚ୍ଚ ପାଚେରୀ ବି ନିର୍ମାଣ କରାଯାଇଛି । ଇତି ମଧ୍ୟରେ ରନୱେର କାମ ସରିଛି । ରନୱେକୁ ୯୧୫ ମିଟର ଲମ୍ବା ଏବଂ ୨୩ ମିଟର ଚଉଡା କରାଯାଇଛି । ସଂପୂର୍ଣ ବିମାନବନ୍ଦରର ବିକାଶ ପାଇଁ ୧୬ କୋଟି ଖର୍ଚ୍ଚ କରାଯାଇଥିବା ବେଳେ ବିମାନବନ୍ଦରର ସମସ୍ତ କାର୍ଯ୍ୟ ଏବେ ଶେଷପ୍ରାୟ । ଟିକେଟ କାଉଁଟର ଏବଂ ଟର୍ମିନାଲ ବିଲ୍ଡିଂକୁ ଶେଷ ସ୍ପର୍ଶର୍ ବି ଦିଆଯାଉଛି । ବ୍ୟବସାୟୀକ ଉଡାଣ ପାଇଁ ଡିଜିସିଏକୁ(ଡ଼ାଇରେକ୍ଟର ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ) ଏନେଇ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଆବେଦନ କରାଯାଇଛି । ଏପରିକି ବେସାମରିକ ମନ୍ତ୍ରଣାଳୟର ଅଧିକାରୀ ମାନେ ବାରମ୍ବାର ଏହି ବିମାନଘାଟି ତନଖିବାକୁ ଆସିଥିବା ବେଳେ ନିଜେ ଉକ୍ତ ବିଭାଗର ଯୁଗ୍ମ ସଚୀବ ଉଷା ପାଢ଼ୀ ମଧ୍ୟ ଗସ୍ତ କରି ଫେରିଛନ୍ତି । ଉଡ଼ାଣ ଯୋଜନାରୁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜୟପୁର ବିମାନଘାଟିକୁ ନୂଆ ରୂପ ପ୍ରଦାନ କରିଥିବା ବେଳେ ବିମାନ ଉଡ଼ିବା ଏବେ ବି ଆଶଙ୍କା ଘେରରେ ରହିଛି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିାଣ କାର୍ଯ୍ୟ ସରିଥିବା ସତ୍ୱେ ଏଠାରୁ ଏଯାବତ ବିମାନ ଉଡାଣ ସ୍ୱପ୍ନରେ ହିଁ ରହିଯାଇଛି । ଉଡାନ ଯୋଜନାରେ ଜୟପୁର ବିମାନ ବନ୍ଦର ସ୍ଥାନ ପାଇ ଥିବାରୁ ଜୟପୁରରୁ ବିମାନ ଉଡାଣ ନେଇ ଆଶା ସ ।ର ହୋଇଥିଲା । କିନ୍ତୁ ଉଡାଣ ୩.୧ ଯୋଜନାରେ ସ୍ଥାନ ପାଇଥିଲେ ମଧ୍ୟ ଟେଣ୍ଡର ପ୍ରକ୍ରିୟାରେ ଡେରି ହୋଇଥିବା କାରଣରୁ ଏବେ ଆଶଙ୍କାରେ ବିମାନ ଉଡାଣ ସ୍ୱପ୍ନ । ଉଡାଣ ଯୋଜନାର ରିଜିଓନାଲ କନେକ୍ଟିଭିଟି ସ୍କିମ ବା ଆଂଚଳିକ ସଂମ୍ପର୍କ ଯୋଜନାରେ ଜୟପୁର ନାମ ରହିଛି । ତେବେ ଝାରସୁଗୁଡା ଠାରୁ ବିମାନ ଉଡାଣ ନେଇ ସୂଚନା ମିଳି ଥିବାରୁ ଜୟପୁର ବାସୀଙ୍କ ମନରେ ଆଶା ସଂଚାର ହୋଇଥିଲା । କୋରାପୁଟ ଜିଲାପାଳ ମଧୁସୁଦନ ମିଶ୍ର ଓ ରାସ୍ତା ଓ ଗୃହ ବିଭାଗର ନିବାହୀ ଯନ୍ତ୍ରୀ ଆଜି ଜୟପୁର ବିମାନ ଘାଟି ସମ୍ପ୍ରସାରଣ ହେବାନେଇ ସମୀକ୍ଷା କରି ଫେରିଛନ୍ତି । ବର୍ତମାନ ରନୱେ ୯୧୫ ମିଟର ଲମ୍ବା ଏବଂ ୨୩ ମିଟର ଚଉଡା କରାଯାଇଛି । ଏହି ରନୱେ ରେ ଛୋଟ ବିମାନ ଚାଲିବ । କିନ୍ତୁ ରାଜ୍ୟ ସରକାର ଜୟପୁର ବିମାନ ଘାଟିରେ ଟି-୭୨ ସିଟ ବିମାନ ଚାଲିବା ନେଇ ବ୍ୟବସ୍ଥା କରିଛନ୍ତି । ଏନେଇ ଭିଡିଓ କନଫେରନସି ଦ୍ୱାରା ଜିଲାପାଳ ଙ୍କ ରାସ୍ତା ଓ ଗୃହ ବିଭାଗ ସହ ଆଲୋଚନା କରି ରନୱେ ସମ୍ପ୍ରସାରଣ କରିବା ପାଇ ୫୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏନେଇ ଜିଲାପାଳ ମିଶ୍ର ସୁଚନା ଦେଇ କହିଛନ୍ତି ଯେ ରାଜ୍ୟ ସରକାର କଳାହାଣ୍ଡି ଓ ଜୟପୁର ବିମାନ ଘାଟି କାଯ୍ୟକ୍ଷମ ହେବାକୁ ଥିବା ବେଳେ ଜୟପୁର କୁ ପୁଣ୍ଣ ଗୁରୁତ୍ୱ ଦେଇଛନ୍ତି । ୧୫ଶହ ମିଟର ରନ ୱେ , ବାଉଣ୍ଡ୍ରି କାର୍ଯ୍ୟହେବ । ୯ ଶହ ମିଟର ପାଇ ବାଉଣ୍ଡ୍ରି କାଯ୍ୟ ସରିଥିବା ବେଳେ ୧୫ ଶହ ମିଟର ରନୱେ ପାଇଁ କାର୍ଯ୍ୟ ହେବ । ସିଭିଲ କାମ ସରିଥିବା ବେଳେ ଯାହା ଯାହା ନୁଖଲା ରହିଛି ତାହା କାର୍ଯ୍ୟ କରାଯାଉଛି । ପୁର୍ଣ୍ଣ କାର୍ଯ୍ୟକ୍ଷମହେବାକୁ ଚେଷ୍ଟା ଜାରି ରହିଛି । କାଯ୍ୟ ହେବା ପରେ ଡିଜିସିଏ ଓ ରାଜ୍ୟ ସରକାର ଟିମ ଆସିବେ ଫଲରେ ଶିଘ୍ର କାର୍ଯ୍ୟକ୍ଷମ ହୋଇ ପାରିବ । ଲାଇସେନ୍ସ ପାଇଁ ଆବେଦନ କରାଯାଇଥିଲା । ୪ ରୁ ୫ ଦିନ ତଳେ ନିବାହୀଯନ୍ତ୍ରୀ ସାମନ୍ତରାୟ ଭୁବନେଶ୍ୱର ଯାଇ ଜିଏ ବିଭାଗ ସହ ଆଲୋଚନା କରିଛନ୍ତି । କୌଣସି ଆସୁବିଧା ନାହିଁ ଯାହା ସମସ୍ୟା ରହିଛି ବସିକି ତାହାର ସମାଧାନ କରାଯାଇ ପାରିବ । ଲାଇସେନ୍ସ ପାଇ ଯେଉଁ ଫରମାଲିଟ ରହିଛି ସେହି ଅନୁଯାୟୀ କାଯ୍ୟ କରାଯାଉଛି ଲାଇସେନ୍ସ ପାଇଁ କିଛି ଅସୁବିଧା ନାହିଁ । ଏନେି ରାସ୍ତା ଓ ଗୃହ ବିଭାଗ ନିବାହୀ ଯନ୍ତ୍ରୀ ଭାଷ୍କର ଚନ୍ଦ୍ର ସାମନ୍ତରାୟ କହିଛନ୍ତି ଭିଡିଓ କନଫେରନର୍ସି ହୋଇଥିଲା । ରନୱେକୁ ୯୧୫ ମିଟର ଲମ୍ବା ଏବଂ ୨୩ ମିଟର ଚଉଡା ରହିଥିବା ବେଳେ ଟି- ୭୨ ସିଟ ପାଇ ଯୋଜାନ ଚାଲିଛି । ଟି- ୭୨ ପାଇ ୧୫ଶହ ମିଟର ରନୱେ ଆବଶ୍ୟକତା ଥିବା ବେଳେ ଅଧିକା ୬ ଶହ ମିଟର ସମ୍ପ୍ରସାରଣ ହେବା ପାଇ ୫୫ କୋଟି ଟଙ୍କା ମଞ୍ଜୁର ହୋଇଛି । ତେଣୁ ଜମି ଅଧି ଗ୍ରହଣ ପାଇ ପକ୍ରିୟା ଚାଲିଛି । ପେପର ସମସ୍ୟା ତଦାରଖ ଚାଲିଛି । ବର୍ତମାନ ଟେଣ୍ଡର ହେବା ପରେ କାର୍ଯ୍ୟକାରୀ ହେବ । ଡିଜିସିଏ ଆସିବାପରେ ତାଙ୍କର ପୁଣି ସମୀକ୍ଷା ପରେ ମଞ୍ଜୁର ହେବ । ଜୟପୁରବାସୀଙ୍କ ବହୁ ଦିନର ଦାବୀ ଜୟପୁରରୁ ବିମାନଉଡାଣ ନେଇ ଆଶା ସଂଚାର ହୋଇଛି । ଆଂଚଳିକ ଏୟାର କନେˆଟିଭିଟି କାଉନସିଲ ବୈଠକରେ ମୂଖ୍ୟ ଶାସନ ସଚିବ ଝାରସୁଗୁଡା ଏୟାରପୋର୍ଟ ପରେ ଜୟପୁର ଏୟାରପୋର୍ଟ ଉପରେ ଧ୍ୟାନ ଦିଆଯାଉଥିବା ନେଇ ସେ ସୂଚନା ପ୍ରଦାନ କରିଥିଲେ । ଏହା ସହ ଅତିରିକ୍ତ ୫୫ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ନେଇ ସେ ମତ ବ୍ୟକ୍ତ କରିଛନ୍ତି । ଯାହା ଜୟପୁର ଏୟାରପୋର୍ଟକୁ ନେଇ ଏକ ନୂଆ ଆଶା ତିଆରି କରିଛି । ବର୍ତମାନ ଜୟପୁର ଏୟାରପୋର୍ଟରେ ଭିତିଭୂମୀ ନଥିବା ତଥା ଭବିଷ୍ୟତରେ ୫୫ କୋଟି ଅତିରିକ୍ତ ଖର୍ଚ୍ଚ କରାଯାଇ ଏହି ଭିତିଭୂମିକୁ ସଜାଡିବା ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଥିବା ନେଇ ସେ ସୂଚନା ପ୍ରଦାନ କରିଥିଲେ । ଜୟପୁରବାସୀ ଝାରସୁଗୁଡା ପରେ ଜୟପୁର ଏୟାରପୋର୍ଟକୁ ଦୃଷ୍ଟି ଦିଆଯିବା ନେଇ ଆଶାବ୍ୟକ୍ତ କରିଥିଲେ । ଜୟପୁର ବିମାନଘାଟିରୁ ଭୁବନେଶ୍ୱରକୁ ନିତି ଦିନିଆ ବ୍ୟବସାୟିକ ଉଡ଼ାଜାହାଜ ଉଡ଼ିବା ନେଇ ଯେଉଁ ଦ୍ୱନ୍ଦ ରହିଥିଲା ତାହା ଏବେ ପୁଣି କେନ୍ଦ୍ର ସରକାରଙ୍କ “ଉଡ଼ାଣ- ୩.୧’ ଟେଣ୍ଡର ପ୍ରକ୍ରିୟାରେ ଝୁଲି ରହିିଥିଲା ଜିଲାପାଳଙ୍କ ସମୀକ୍ଷା ପରେ ଆଶା ଉଜ୍ୱଳ ହୋଇଛି । ଏହି ଟେଣ୍ଡର ପ୍ରକି୍ରୟା ଗତ ପେବୃଆରୀ୨୭ ତାରିଖ ଦିନ ସରିଥିବା ବେଳେ କଣ ହେବ ଏହାର ଭବିଷ୍ୟତ ତାହାକୁ ନେଇ ପ୍ରଶ୍ନ ଉଠିଛି । କାରଣ ଦିର୍ଘ ବର୍ଷ ହେବ ରାଜ୍ୟ ସରକାର ଏଠାରୁ ଅନ୍ତତଃ ଭୁବନେଶ୍ୱରକୁ ଉଡ଼ାଜାହାଜ ସେବା ନେଇ ଚେଷ୍ଟିତ ହୋଇ ଆସୁଥିଲେ ବି ତାହା ସମ୍ଭବ ହୋଇ ପାରିନାହିଁ । ଗତ ୨୦୧୬ ମସିହାରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ରେଜିଓନାଲ୍ କନେକ୍ଟିଭିଟି ସ୍କିମ୍ ଜରିଆ ଦ୍ୱାରା “ଏୟାର ଓଡ଼ିଶା’ ନାମକ ଏକ ସଂସ୍ଥା ଏହି ସେବା ଆରମ୍ଭ କରିଥିଲେ ବି ତାହା କମ୍ ଦିନରେ ବନ୍ଦ ହୋଇଥିଲା । ୧୯୬୨ ମସିହାରେ ୬୦ ଏକର ଜମିରେ ବିମାନବନ୍ଦର କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ପରେ ପୁଣି ଥରେ ଜମି ଅଧୀଗ୍ରହଣ କରାଯାଇ ବ ମାନ ୧୧୩ ଏକରରେ ବିମାନବନ୍ଦର ପହଂଚିଛି । ଏଥିରୁ ପ୍ରାୟ ୧୦୦ ଏକର ସ୍ଥାନକୁ ସୁରକ୍ଷା କାରଣରୁ ୮ କୋଟି ଟଙ୍କା ବ୍ୟୟରେ ଉଚ୍ଚ ପାଚେରୀ ବି ନିର୍ମାଣ କରାଯାଇଛି । ଇତି ମଧ୍ୟରେ ରନୱେର କାମ ସରିଛି । ରନୱେକୁ ୯୧୫ ମିଟର ଲମ୍ବା ଏବଂ ୨୩ ମିଟର ଚଉଡା କରାଯାଇଛି । ସଂପୂର୍ଣ ବିମାନବନ୍ଦରର ବିକାଶ ପାଇଁ ୧୬ କୋଟି ଖର୍ଚ୍ଚ କରାଯାଇଥିବା ବେଳେ ବିମାନବନ୍ଦରର ସମସ୍ତ କାର୍ଯ୍ୟ ଏବେ ଶେଷପ୍ରାୟ । ଟିକେଟ କାଉଁଟର ଏବଂ ଟର୍ମିନାଲ ବିଲ୍ଡିଂକୁ ଶେଷ ସ୍ପର୍ଶର୍ ବି ଦିଆଯାଉଛି । ବ୍ୟବସାୟୀକ ଉଡାଣ ପାଇଁ ଡିଜିସିଏକୁ(ଡ଼ାଇରେକ୍ଟର ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ) ଏନେଇ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଆବେଦନ କରାଯାଇଛି । ଏପରିକି ବେସାମରିକ ମନ୍ତ୍ରଣାଳୟର ଅଧିକାରୀ ମାନେ ବାରମ୍ବାର ଏହି ବିମାନଘାଟି ତନଖିବାକୁ ଆସିଥିବା ବେଳେ ନିଜେ ଉକ୍ତ ବିଭାଗର ଯୁଗ୍ମ ସଚୀବ ଉଷା ପାଢ଼ୀ ମଧ୍ୟ ଗସ୍ତ କରି ଫେରିଛନ୍ତି । ଉଡ଼ାଣ ଯୋଜନାରୁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜୟପୁର ବିମାନଘାଟିକୁ ନୂଆ ରୂପ ପ୍ରଦାନ କରିଥିବା ବେଳେ ବିମାନ ଉଡ଼ିବା ଏବେ ବି ଆଶଙ୍କା ଘେରରେ ରହିଛି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିାଣ କାର୍ଯ୍ୟ ସରିଥିବା ସତ୍ୱେ ଏଠାରୁ ଏଯାବତ ବିମାନ ଉଡାଣ ସ୍ୱପ୍ନରେ ହିଁ ରହିଯାଇଛି । ଉଡାନ ଯୋଜନାରେ ଜୟପୁର ବିମାନ ବନ୍ଦର ସ୍ଥାନ ପାଇ ଥିବାରୁ ଜୟପୁରରୁ ବିମାନ ଉଡାଣ ନେଇ ଆଶା ସଂଚାର ହୋଇଥିଲା । କିନ୍ତୁ ଉଡାଣ ୩.୧ ଯୋଜନାରେ ସ୍ଥାନ ପାଇଥିଲେ ମଧ୍ୟ ଟେଣ୍ଡର ପ୍ରକ୍ରିୟାରେ ଡେରି ହୋଇଥିବା କାରଣରୁ ଏବେ ଆଶଙ୍କାରେ ବିମାନ ଉଡାଣ ସ୍ୱପ୍ନ । ଉଡାଣ ଯୋଜନାର ରିଜିଓନାଲ କନେକ୍ଟିଭିଟି ସ୍କିମ ବା ଆଂଚଳିକ ସମ୍ପର୍କ ଯୋଜନାରେ ଜୟପୁର ନାମ ରହିଛି । ତେବେ ଝାରସୁଗୁଡା ଠାରୁ ବିମାନ ଉଡାଣ ନେଇ ସୂଚନା ମିଳି ଥିବାରୁ ଜୟପୁର ବାସୀଙ୍କ ମନରେ ଆଶା ସ ।ର ହୋଇଥିଲା । ଉପ ଜିଲାପାଳ କୋଲ ନାଥ ଦଳ ବେହେରା, ତହସିଲଦାର ମାତାରାମ ଲେହାଙ୍ଗିନ, ରାସ୍ତା ଓ ଗୃହ ବିଭାଗ ସହକାରୀ ଯନ୍ତ୍ରୀ ବିଜୟ କୁମାର ବେହାରା ପ୍ରମୁଖ ଉପସ୍ଥିତ ଥିଲେ ।