ରାଜୌରୀ– କରୋନା ପରି ମହାମାରୀ ସହ ସଂଘର୍ଷ ମଧ୍ୟରେ ବି ପାକିସ୍ତାନ ନିଜର ହୀନ ଉଦ୍ଦେଶ୍ୟରୁ ନିବୃତ ହେଉ ନାହିଁ । ଶୁକ୍ରବାର ମଧ୍ୟ ପାକିସ୍ତାନୀ ସେନା ରାଜୌରୀ ଜିଲ୍ଲାର ସୁନ୍ଦରବନୀ ସେକ୍ଟରରେ ଅକାରଣେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଏହି ସମୟରେ ପାକ୍ ସେନା ଭାରତୀୟ ସେନା ଶିବିରକୁ ନିଶାଣ କରି ପ୍ରବଳ ଗୁଳିମାଡ କରିଛନ୍ତି । ଏଥିରେ ଭାରତୀୟ ସେନାର ଛଅ ଯବାନ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସେନା ହସ୍ପିଟାଲରେ ଭର୍ତି କରାଯାଇଛି । ଏହା ମଧ୍ୟରେ ଭାରତୀୟ ସେନା ମଧ୍ୟ ପାକିସ୍ତାନର ଏହି ଦୁଃସାହାସର ମୁହଁତୋଡ ଜବାବ ଦେଇଛନ୍ତି ।
ଉଲ୍ଲେଖନୀୟ ଗୁରୁବାର ପାକିସ୍ତାନ ଦ୍ୱାରା ପୁଂଛ ଜିଲ୍ଲାର ବାଲାକୋଟ୍ ସେକ୍ଟରରେ ହୋଇଥିବା ଗୁଳି ବିନିମୟରେ ଦୁଇ ଭାରତୀୟ ଯବାନ ଆହତ ହୋଇଥିଲେ । ଏହା ପରେ ଭାରତୀୟ ଯବାନଙ୍କ ପ୍ରତି ଜବାବରେ ପାକିସ୍ତାନୀ ସେନାର ତିନି ଯବାନ ନିହତ ହୋଇଥିଲେ ଏବଂ ଦୁଇ ଜଣ ଆହତ ହୋଇଥିଲେ । ଆଜି ଶୁକ୍ରବାର ସକାଳେ ରାଜୌରୀ ଜିଲ୍ଲାର ସୁନ୍ଦରବନୀ ସେକ୍ଟର ସ୍ଥିତ ଭାରତୀୟ ଶିବିର ଓ ଜନବହୁଳ ଇଲାକାକୁ ନିଶାଣ କରି ପାକିସ୍ତାନ ଗୁଳିମାଡ କରିବା ସହ ମୋର୍ଟାର ମାଡ ମଧ୍ୟ କରିଛି । ଏଥିରେ ତିନି ଭାରତୀୟ ଯବାନ ଆହତ ହୋଇଛନ୍ତି । ସଭିଙ୍କୁ ସେନାର ହସ୍ପିଟାଲରେ ଭର୍ତି କରାଯାଇଛି ।