ନୂଆଦିଲ୍ଲୀ– କରୋନା ଭାଇରସର ମହାମାରୀ ମଧ୍ୟରେ ଦେଶର ବଡ ଗ୍ୟାସ୍ ଯୋଗାଣକାରୀ କମ୍ପାନୀ ଇନ୍ଦ୍ରପ୍ରସ୍ତ ଗ୍ୟାସ୍ ଲିମିଟେଡ୍(ଆଇଜିଏଲ) ପ୍ରାକୃତିକ ଗ୍ୟାସ୍ ଶସ୍ତା ହେବା କାରନରୁ ସିଏନଜି ଓ ପିଏନଜିର ଦର ହ୍ରାସ କରିଛି ।
କମ୍ପାନୀ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ ସିଏନଜିର ଦରରେ କିଲୋ ପ୍ରତି ୩.୨ ଟଙ୍କା ଏବଂ ଘରେ ପହଁଚା ଯାଉଥିବା ପାଇପ୍ ଗ୍ୟାସ୍(ପିଏନଜି) ଦାମରେ ପ୍ରତି ଷ୍ଟାଣ୍ଡାର୍ଡ କ୍ୟୁବିକ୍ ମିଟରରେ ୧.୫୫ ଟଙ୍କା ଶସ୍ତା କରାଯାଇଛି । ନୂତନ ଦର ଶୁକ୍ରବାର ସକାଳ ୬ଟାରୁ ଲାଗୁ ହୋଇଛି ।
ଏହି ହ୍ରାସ ସହିତ ଦିଲ୍ଲୀରେ ସିଏନଜିର ନୂତନ ଦର କିଲୋ ପିଛା ୪୨ ଟଙ୍କା ରହିଛି । ଏହା ବ୍ୟତୀତ ଆଇଜିଏଲ ନୋଏଡା, ଗାଜିଆବାଦ ଓ ଗ୍ରେଟର ନୋଏଡାରେ କିଲୋ ପିଛା ୩.୬୦ ଟଙ୍କା ହ୍ରାସ ଘଟିଛି । ଯାହା ପରେ ନୋଏଡା, ଗାଜିଆବାଦ ଓ ଗ୍ରେଟର ନୋଏଡାରେ ସିଏନଜି କିଲୋ ପିଛା ୪୭. ୭୫ ଟଙ୍କାରେ ବିକ୍ରି ହେଉଛି ।
ଏହା ବ୍ୟତୀତ ଇନ୍ଦ୍ରପ୍ରସ୍ତ ଗ୍ୟାସ୍ ଲିମିଟେଡ୍ ପିଏନଜିର ଦର ମଧ୍ୟ ୟୁନିଟ୍ ପ୍ରତି ୧.୫୫ ଟଙ୍କା ଶସ୍ତା ହୋଇଛି । ପ୍ରଭାବରେ ରାଜଧାନୀ ଦିଲ୍ଲୀରେ ଏହାର ମୂଲ୍ୟ ୟୁନିଟ୍ ପ୍ରତି ୨୮.୫୫ ଟଙ୍କାରେ ପହଁଚିଛି । ଅନ୍ୟପଟେ ନୋଏଡା, ଗାଜିଆବାଦ ଓ ଗ୍ରେଟଏ ନୋଏଡାରେ ଆଇଜିଏଲ ପିଏନଜି ମୂଲ୍ୟରେ ୟୁନିଟ୍ ପ୍ରତି ୧.୬୫ ଟଙ୍କା ହ୍ରାସ କରିଛି । ନୋଏଡା, ଗାଜିଆବାଦ ଓ ଗ୍ରେଟର ନୋଏଡାରେ ନୂତନ ମୂଲ୍ୟ ୟୁନିଟ୍ ପିଛା ୨୮.୪୫ ଟଙ୍କା ରହିଛି ।