ନୂଆଦିଲ୍ଲୀ– କରୋନା ଭାଇରସ ମହାମାରୀର ମୁକାବିଲା ପାଇଁ ଭାରତକୁ ବିଶ୍ୱ ବ୍ୟାଙ୍କ ୭୬ ହଜାର କୋଟି ଟଙ୍କାର ଜରୁରୀକାଳୀନ ଆର୍ଥିକ ସହାୟତା ରାଶି ଦେବାକୁ ମଞ୍ଜୁରୀ କରିଛି । ବିଶ୍ୱ ବ୍ୟାଙ୍କ ଗୁରୁବାର ବିଳମ୍ବିତ ରାତ୍ରିରେ ସହାୟତା ରାଶି ଦେବାକୁ ମଞ୍ଜୁର କରିଛି । ଏହି ଅର୍ଥରେ ଭାରତକୁ ଉନ୍ନତ ସ୍କ୍ରିନିଙ୍ଗ, କଂଟାକ୍ଟ ଟ୍ରେସିଙ୍ଗ, ଲାବୋରାଟୋରୀ ଡାଇଗ୍ନୋଷ୍ଟିକ୍ସ, ସୁରକ୍ଷା ଉପକରଣ କ୍ରୟ ଏବଂ ନୂତନ ଆଇସୋଲେସ ଓ୍ାର୍ଡ ତିଆରିରେ ସହାୟକ ହେବ ।
ବିଶ୍ୱ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ମଣ୍ଡଳ ସମଗ୍ର ଦୁନିଆର ବିକାଶଶୀଳ ଦେଶ ପାଇଁ ଜରୁରୀକାଳୀନ ସହାୟତା ପ୍ରଥମ ସେଟକୁ ମଞ୍ଜୁର ଦେଇଛନ୍ତି । ଏହା ପରେ ବିଶ୍ୱ ବ୍ୟାଙ୍କ କହିଛି ଯେ, ଭାରତରେ ଏକ ଅରବ ଡଲାରର ଜରୁରୀକାଳୀନ ଅର୍ଥ ରାଶିରେ ଉନ୍ନତ ସ୍କ୍ରିନିଙ୍ଗ, ପ୍ରୟୋଗଶାଳା ଯାଂଚ, ବ୍ୟକ୍ତିଗତ ସୁରକ୍ଷା ଉପକରଣ କିଣିବା ଏବଂ ନୂତନ ପୃଥକ ଓ୍ାର୍ଡ କରିବାରେ ସାହାଯ୍ୟ ମିଳିବ ।
ଏହା ସହିତ ଦକ୍ଷିଣ ଏସିଆରେ ବିଶ୍ୱ ବ୍ୟାଙ୍କ ପାକିସ୍ତାନ ପାଇଁ ୨୦ କୋଟି ଡଲାର, ଆଫଗାନିସ୍ତାନ ପାଇଁ ୧୦ କୋଟି ଡଲାର, ମାଳଦ୍ୱୀପ ପାଇଁ ୭୩ ଲକ୍ଷ ଡଲାର ଓ ଶ୍ରୀଲଙ୍କା ପାଇଁ ୧୨.୮୬ କୋଟି ଡଲାରର ସହାୟତା ରାଶିକୁ ମଞ୍ଜୁରୀ ଦେଇଛି । ଏହା ବ୍ୟତୀତ ବିଶ୍ୱ ବ୍ୟାଙ୍କ କହିଛି ଯେ, କରୋନା ଭାଇରସ ମହାମାରୀର ମୁକାବିଲାରେ ଦେଶକୁ ସାହାଯ୍ୟ ପାଇଁ ୧୫ ମାସକୁ ଦୃଷ୍ଟିରେ ରଖି ୧୬୦ ଅରବ ଡଲାରର ଜରୁରୀକାଳୀନ ସହାୟତା ରାଶି ମଞ୍ଜୁର କରାଯାଇଛି ।