ଜୟପୁର– ରାଜସ୍ଥାନରେ ତବଲିଗି ମରକଜକୁ ଆସିଥିବା ଲୋକ ସଭିଙ୍କ ଚିନ୍ତା ବଢାଇ ଦେଇଛନ୍ତି । ତବଲିଗି ଲୋକଙ୍କ ଦ୍ୱାରା ଏବେ ରାଜ୍ୟରେ ୧୬ ଜିଲ୍ଲା ପର୍ଯ୍ୟନ୍ତ କରୋନା ବ୍ୟାପିଛି । ଶୁକ୍ରବାର ସକାଳ ଜୟପୁରରେ ୭, ଟୋକରେ ୧୨ ଓ ବିକାନେରରେ ୨ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ସଂକ୍ରମିତଙ୍କ ସଂକ୍ୟା ୧୩୩ରୁ ୧୫୪କୁ ବୃଦ୍ଧି ଘଟିଛି । ସେମାନଙ୍କ ମଧ୍ୟରୁ ୨୩ ସଂକ୍ରମିତ ତବଲିଗି ଜମାତର ଲୋକ ।
ଟୋଙ୍କରେ ଚିହ୍ନଟ ହୋଇଥିବା ୧୨ ସଂକ୍ରମିତ ତବଲିଗି ଜମାତର ହୋଇଥିବା ବେଳେ ଅନ୍ୟ ୫ ଲୋକଙ୍କ ମଧ୍ୟରେ ୩୦ ବର୍ଷୀୟ ମହିଳା, ୯ ବର୍ଷୀୟ ବଙ୍କଳ ଏବଂ ୨୮ ରୁ ୩୨ ବର୍ଷ ମଧ୍ୟରେ ତିନି ଯୁବକ ତବଲିଗି ଜମାତରୁ ଟୋଙ୍କ ଫେରିଥିବା ସଂକ୍ରମିତଙ୍କ ସଂପର୍କୀୟ ଅଟନ୍ତି । ଜୟପୁରରେ ସାତ ଅନ୍ୟ ତବଲିଗି ଜମାତର ଲୋକଙ୍କଠାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଏଥିରେ ଛଅ ମହାରାଷ୍ଟ୍ର ଏବଂ ଜଣେ ଝାରଖଣ୍ଡର ବ୍ୟକ୍ତି ସାମିଲ । ସମସ୍ତ ଲୋକଙ୍କୁ ରାଜସ୍ଥାନ ସ୍ୱାସ୍ଥ୍ୟ ବିଶ୍ୱ ବିଦ୍ୟାଳୟ, ଜୟପୁରରେ ପୃଥକ ଓ୍ାର୍ଡରେ ଭର୍ତି କରାଯାଇଛି । ଏବେ ସୁ୍ଦ୍ଧା ସୁରକ୍ଷିତ କ୍ଷେତ୍ର କୁହାଯାଉଥିବା ବିକାନେରରେ ମଧ୍ୟ ୨୯ ଓ ୩୮ ବର୍ଷୀୟ ଯୁବକ କରୋନା ଚିହ୍ନଟ ହୋଇଛନ୍ତି । ଦୁଇ ଯୁବକ ତବଲିଗି ମରକଜରେ ସାମିଲ ହୋଇଥିଲେ ଏବଂ ତ୍ରିପୁରାରୁ ବିକାନେର ଫେରିଥିଲେ । ଓମାନରୁ ଆସିଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ କାରଣରୁ ଜୟପୁରର ରାମଗଞ୍ଜ ଇଲାକା କରୋନା ହଟସ୍ପଟ ଭାବେ ଚିହ୍ନଟ ହୋଇଛି । ଏହି କାରଣରୁ ପରକୋଟା କ୍ଷେତ୍ରରେ କର୍ଫ୍ୟୁ ଲାଗୁ ହୋଇଛି ।
ସର୍ବ ପ୍ରଥମେ କରୋନା କେନ୍ଦ୍ର ବିନ୍ଦୁ କୁହାଯାଉଥିବା ଭିଲଭାଡାରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଗତ ଚାରି ଦିନ ହେବ ଏଠାରେ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ସଂକ୍ରମିତ ୨୯ ରୋଗୀଙ୍କ ମଧ୍ୟରୁ ୧୭ ଜଣ ସୁସ୍ଥ ହୋଇ ସାରିଛନ୍ତି । ଶୁକ୍ରବାରଠୁ ଭିଲଭାଡାରେ କର୍ଫ୍ୟୁକୁ ଆହୁରି କଡା କଡି କରାଯାଇଛି । କୌଣସି ବି ବ୍ୟକ୍ତିଙ୍କୁ ଘରୁ ବାହାରିବାକୁ ଦିଆଯାଉ ନାହିଁ । ଗରିବ ଓ ଅସହାୟଙ୍କ ପାଇଁ ପ୍ରଶାସନ ପକ୍ଷରୁ ଭୋଜନ ବ୍ୟବସ୍ଥା କରାଯାଇଛି । ମିଡିଆ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।
ରାଜ୍ୟରେ ମୋଟ୍ ୭ ହଜାର ୯୮୪ ନମୂନା ମଧ୍ୟରୁ ୧୩୬ କରୋନା ପଜିଟିଭ ଚିହ୍ନଟ ହୋଇଛି । ୬୨୯ ନମୂନାର ଯାଂଚ ପ୍ରକ୍ରିୟା ଜାରି ରହିଛି । ରାଜସ୍ଥାନରେ ୧୫୪ ସଂକ୍ରମିତଙ୍କ ମଧ୍ୟରେ ୧୧୧ ରାଜ୍ୟର, ୨ ଇଟାଲୀ ନାଗରିକ, ଇରାନରୁ ଏୟାରଲିଫ୍ଟ ହୋଇଥିବା ଯୋଧପୁର ଓ ଜେସଲମେରୁ ଆସିଥିବା ଭାରତୀୟଙ୍କ ମଧ୍ୟରେ ୧୮ ଓ ତବଲିଗି ଜମାତର ୨୩ ଜଣ ସାମିଲ ।