
ଧର୍ମଶାଳା– ଯାଜପୁର ଜିଲା ବୈରୀ ପୋଲିସ ଟ୍ରେଂନି କ୍ୟାମ୍ପ ନିକଟରେ ଅଘଟଣ । ଏକ ଖୋଲା ପଡିଆରୁ ଜଣେ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକର ବୟସ ଆନୁମାନିକ ୩୦ ହେବ ବୋଲି ଜଣାପଡିଛି, ହେଲେ ତାର ପରିଚୟ ମିଳି ନ ଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି ।
ସୂଚନା ଅନୁଯାୟୀ, ବୈରୀ ଥାନା ଅଂଚଳର କିଛି ଯୁବକ ନିୟମିତ ଭାବେ ବ୍ୟୟାମ କରିବାକୁ ଯାଉଥିବା ବେଳେ କିଛି ଯୁବକ ପଡିଆରେ ଏଭଳି ଅବସ୍ଥାରେ ଏକ ମୃତଦେହ ପଡିଥିବା ଦେଖି ପୁଲିସକୁ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରେ ପଂହଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଥିଲା । ତେବେ ମୃତ ଯୁବକର ସମ୍ମୁଖ ଓ ପଛ ପଟ କିଛି ଅଂଶ ପୋଡି ଯାଇଥିବା ଦେଖିବାକୁ ମିଳିଥିଲା । ଯୁବକ ଜଣକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି । ବୈରୀ ପୁଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।