ଧର୍ମଶାଳା– ମହାମାରୀ କରୋନା ଭାଇରସ୍ ବିନକୁ ଦିନ ତାହାର କାୟା ବିସ୍ତାର କରିଚାଲିଛି । କଟକ ଜିଲାରେ ଆଜି ଅପରାହ୍ନରେ ୬ଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଯାଜପୁର ଜିଲା ପ୍ରଶାସନ ପାଇଁ ଚିନ୍ତା ବଢାଇ ଦେଇଛି । କଟକରେ କରୋନା ପଜିଟିଭ ଆକ୍ରାନ୍ତ ରହିଥିବା ଘଟଣା ପ୍ରଘଟ ହେବା ପରେ କଟକ ସୀମାକୁ ଲଗି ରହିଥିବା ଯାଜପୁର ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । କଟକ ସୀମାନ୍ତକୁ ଯାଜପୁର ଜିଲା ଛତିଆ ଓ ବଡଚଣା ଲାଗି ରହିଥିବା ବେଳେ ଜିଲା ପ୍ରଶାସନ ପାଇଁ ଏବେ ସତର୍କର ଘଂଟି ବାଜିଛି । ଯାହାକୁ ନେଇ ଛତିଆ ଓ ବଡଚଣା ଅଂଚଳର ଲୋକେ ଏବେ ଭୟଭିତ ହୋଇପଡିଛନ୍ତି ।
Related Stories
November 23, 2024