ଧର୍ମଶାଳା – କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ନେଇ ସରକାରଙ୍କ ତରଫରୁ ଲକ୍ ଡାଉନ ଭଳି କଠୋର ନିଷ୍ପତି ନିଆଯିବା ସହିତ ଜନସାଧାରଣଙ୍କୁ ନିହାତି ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସମ୍ଭାବ୍ୟ କରୋନା ପୀଡିତଙ୍କୁ କ୍ୱାରେଟାଂଇନ କରାଯିବା ନିମନ୍ତେ ଯାଜପୁର ଜିଲା ଧର୍ମଶାଳା ବ୍ଲକସ୍ଥିତ ଜାରକା ବଜାରକୁ ବିଶୋଧନ କରାଯାଇଛି । ଆଜି ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ପକ୍ଷରୁ ଜାରକା ବଜାରର ୪ ଗୋଟି ମୁଖ୍ୟ ରାସ୍ତାକୁ ବିଶୋଧନ କରାଯିବା ସହିତ ବ୍ଲିଚିଙ୍ଗ ସିଂଚନ କରାଯାଇଛି ।
Related Stories
November 23, 2024