ଧର୍ମଶାଳା– କରୋନା ଭାଇରସ୍ କବଳରେ ସମଗ୍ର ବିଶ୍ୱ । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଏହାର ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଜିଲା ପ୍ରଶାସନ ଦିନ ରାତି ଏକ କରି ଏହାକୁ ସଫଳ କରାଇବାକୁ ଉଦ୍ୟମ ଜାରି ରଖିଛି । ସଦା ସର୍ବଦା ପୁଲିସ ବାହିନୀ ଏହି କରୋନା ଭାଇରସକୁ ମୁକାବିଲା ନିମନ୍ତେ ଜନସାଧାରଣଙ୍କ ନିକଟରେ ପହଂଚି ସଚେତନ କରୁଛନ୍ତି । ସେମାନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଯାଜପୁର ଜିଲା ଧର୍ମଶାଳା ଥାନା ଚର୍ଚ୍ଚାରେ ରହିଆସୁଛି । ୧୬ ନଂ ଜାତୀୟ ରାଜପଥରେ ଖରାରେ ଦିନ ରାତି ଏକ କରି ଜନସାଧାରଣଙ୍କୁ ସଚେତନ କରାଉଥିବା ବେଳେ ବାହାର ରାଜ୍ୟରୁ ଆସୁଥିବା ଗାଡିକୁ ତନଖି କରୁଛନ୍ତି । ଏପରି ସ୍ଥଳେ ସେମାନଙ୍କ ନିମନ୍ତେ ଗ୍ଲୋବସ୍, ସାନିଟାଇଜର ଓ ପାନୀୟ ଜଳର ଆବଶ୍ୟକତା ରହିଛି । ଏହି ଉଦ୍ଦେଶ୍ୟରେ ଧର୍ମଶାଳାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୁବାସ ବୋଷ ଯୁବ ସଂଗଠନ ସହଯୋଗର ହାତ ବଢାଇଛି । ସଂଗଠନର ସମସ୍ତ କର୍ମକର୍ତା ଧର୍ମଶାଳା ଥାନା ପୁଲିସକୁ ଏହି ସମସ୍ତ ସାମଗ୍ରୀ ବଂଟନ କରିଛନ୍ତି । ଯାହାକୁ ନେଇ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଅନ୍ୟମାନଙ୍କ ପାଇଁ ଏହି ସଂଗଠନ ଉଦାହରଣ ପାଲଟିଛି ।
Related Stories
November 24, 2024