-
କର୍ଫ୍ୟୁ ସମୟରେ ଧୈର୍ଯ୍ୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ଭୁବନେଶ୍ୱର– ରାଜ୍ୟରେ ବର୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୬ ଜଣ କରୋନା ପଜିଟିଭ୍ ଙ୍କ ଭିତରୁ ଭୁବନେଶ୍ୱରର ୪ ଜଣ , ଭଦ୍ରକର ଜଣେ ଏବଂ କଟକର ଜଣେ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ରାତି ୮ଟାରୁ ରବିବାର ରାତି ୮ ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ ଆଖାପାଖ ଗ୍ରାମପଂଚାୟତ , କଟକ ଓ ଭଦ୍ରକ ସହରରେ କର୍ଫ୍ୟର୍ୁ ଜାରି ହୋଇଛି । କର୍ଫ୍ୟୁ ଉଲ୍ଲ୍ଂଘନ କଲେ ଉଲ୍ଲଂଘନକାରୀଙ୍କୁ ସରକାରୀ କ୍ୱାରେଂଟାଇନ୍ ରେ ୧୪ ଦିନ ରଖାଯିବ ଏବଂ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ -୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗଚୀ ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଭୁବନେଶ୍ୱରରେ ଚିହ୍ନଟ ପଂଚମ ପଜିଟିଭ୍ ବ୍ୟକ୍ତିଙ୍କ ଯାତ୍ରା ବିବରଣୀରୁ ସନ୍ଦିଗ୍ଧ ମାନଙ୍କୁ ଠାବ କରାଯଇପାରିବ ନାହିଁ । ତେଣ ସାମାଜିକ ସଂକ୍ରମଣ ହେବାର ଆଶଙ୍କା ରହିଛି । ଭଦ୍ରକ ଓ କଟକ ଅଧିକ ଜନ ବହୁଳ ସହର । ତେଣୁ ଆମକୁ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ପଡିବ । ଓଡିଶାରେ ଏପର୍ଯ୍ୟନ୍ତ ଅତ୍ୟନ୍ତ ବିପଦ ଶଙ୍କୁଳ ପରିସ୍ଥିତି ଆସିନାହିଁ । ଯଦି ଆସେ ତା ପୂର୍ବରୁ କର୍ଫ୍ୟର୍ୁର ଅନୁଭୂତି ରହିବା ଆବଶ୍ୟକ । କର୍ଫ୍ୟୁ ଏକ ଦୃଢ ପଦକ୍ଷେପ । ଏହର ଅନୁଭୂତି ସରକାରୀ କଳ ଓ ନାଗରିକ ସମାଜର ଦରକାର । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଧୈର୍ଯ୍ୟ ଓ ଶାଳୀନତା ରଖିବାକୁ ଅନୁରୋଧ କରିଛନ୍ତି ବୋଲି ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି ।