-
ରଦ୍ଦ ହେବ ସମସ୍ତ ପାସ୍
ଭୁବନେଶ୍ୱର- କରୋନା ସଂକ୍ରମଣକୁ ରୋକିବା ପାଇଁ ଶୁକ୍ରବାର ରାଜ୍ୟ ସରକାର ଭୁବନେଶ୍ୱର , କଟକ ଓ ଭଦ୍ରକରେ ୪୮ ଘଂଟିଆ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ବିଏମସି ଅଧୀନରେ ଥିବା ସମସ୍ତ ଅଂଚଳ ଏବଂ ଏହା ଅଧୀନସ୍ଥ ୧୪ ଟି ଗ୍ରାମ ପଂଚାୟତରେ ସଟ୍ ଡାଉନ୍ ଲାଗୁ ହେବ ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ଭୁବନେଶ୍ୱର ନିକଟବର୍ତୀ ବାସୁଆଘାଇ, ଶିଶୁପାଳଗଡ, ଲିଙ୍ଗିପୁର, ରଣସିଂହପୁର, ମଳିପଡ଼ା, ଅନ୍ଧାରୁଆ, ଯାଁଳା, କଳାରାହାଙ୍ଗ, ରଘୁନାଥପୁର, ବରିମୁଣ୍ଡ, ଦାରୁଠେଙ୍ଗ, ଚନ୍ଦକା, ଧଉଳି, ତମାଣ୍ଡୋ, ସିଜୁଆ, ବାଳକାଟୀ ପ୍ରତାପଶାସନ, ବାଲିଅନ୍ତା, ଜଗନ୍ନାଥପୁର, ଜଟଣୀ ପ୍ରଧାନସାହି ସଟ୍ ଡାଉନ୍ ଲାଗୁ ହେବ । ଏହା ବ୍ୟତୀତ କଟକ ମହାନଗର ନିଗମ ଅନ୍ତର୍ଗତ ସମସ୍ତ ଅଂଚଳ ଏବଂ ଭଦ୍ରକ ପୌରାଂଚଳରେ ସଟ୍ ଡାଉନ୍ ରହିବ । ।ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଜାରୀ ରହିବ ।
ସଟ୍ ଡାଉନ୍ ସମୟରେ କିଛି ଜରୁରୀ କାଳୀନ ସୁବିଧା ଜାରୀ ରହିବ । ଚିକିତ୍ସାଳୟ , ପୋଲିସ୍ , ଅଗ୍ନିଶମ , ଆମ୍ବୁଲାନ୍ସ , ଟେଲିକମ୍ ସେବା , ଚିହ୍ନଟ ହୋଇଥିବା ପେଟ୍ରୋଲ ପମ୍ପ୍ , ମାଲ୍ ପରିବହନ , ଇଲେକେଟ୍ରାନିକ୍ ଗଣମାଧ୍ୟମ , କୋଭିଡ୍ -୧୯ ପାଇଁ ନିୟୋଜିତ କଲ୍ ସେଂଟର , ଜଳ ଯୋଗାଣ , ପରିମଳ , ସ୍ୱେରେଜ୍ ,ବିଦ୍ୟୁତ୍ ସରବରାହ , ଅନୁମୋଦିତ ଔଷଧ ଦୋକାନ ଆଦି ଖୋଲା ରହିବ ।
ଅନ୍ୟପକ୍ଷରେ ଲକ୍ ଡାଉନ୍ ବେଳେ ଦିଆଯାଇଥିବା ପାସ୍ ଏହି ସମୟ ପାଇଁ ରଦ୍ଦ ରହିବ । ତେବେ ଜାର ରହିବାକୁ ଥିବା ଉପରୋକ୍ତ ଜରୁରୀକାଳୀନ ସେବା ଗୁଡିକ ପାଇଁ ପାସ୍ ଯୋଗାଇ ଦିଆଯିବ । ଜାତୀୟ ରାଜପଥ ଖୋଲାରହିବ । ଅଧିକ ସଂଖ୍ୟାରେ ଆମ୍ବୁଲାନ୍ସ ନିୟୋଜିତ ରହିବେ ବୋଲି ବାଗଚୀ ସୂଚନା ଦେଇଛନ୍ତି ।