ଭୁବନେଶ୍ୱର – ଶୁକ୍ରବାର ଦିନ ୧୨ ଟା ସୁଦ୍ଧା କରୋନା ସଂକ୍ରମଣ ଆଶଙ୍କାରେ ୧୧୧୩ ଟି ନମୂନା ଟେଷ୍ଟ ପାଇଁ ପଠାଯାଇଛି । ସେଥିମଧ୍ୟରୁ ବର୍ତମାନ ପର୍ଯ୍ୟନ୍ତ ୬ ଜଣ ପଜିଟିଭ୍ ଜଣାପଡିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ରେ ଚିହ୍ନଟ ହୋଇଥିବା ପ୍ରଥମ ଓ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିକତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ଚିହ୍ନଟ ହୋଇଥିବା ତୃତୀୟ ଓ ଚତୁର୍ଥ ପଜିଟିଭ୍ ଙ୍କ ସଂସ୍ପର୍ଶରେ ୧୨୪ ଜଣ ଆସିଥିବା ବେଳେ ପଂଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୩୦ ଜଣ ଆସିଛନ୍ତି । ଷଷ୍ଠ ବ୍ୟକ୍ତିଙ୍କ ସଂସ୍ପର୍ଶରେ କେଉଁ କେଉଁ ବ୍ୟକ୍ତି ଆସିଥିଲେ ସେମାନଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଜାରୀ ରହିଛି । ଅନ୍ୟପକ୍ଷରେ କରୋନା ସନ୍ଦିଗ୍ଧ ଥିବା ୬୦ ଜଣ ଙ୍କୁ ବିଭିନ୍ନ ଡାକ୍ତରଖାନାରେ ଆଇସୋଲେସନ୍ ରେ ରଖାଯାଇଛି ବୋଲି ସେ କହିଛନ୍ତି ।