ଭୁବନେଶ୍ୱର– ଦିଲ୍ଲୀ ନିଜାମୁଦ୍ଦିନ ସ୍ଥିତ ତବଲିଗି ଜମାତ୍ ରୁ ୨୭ ଜଣ ଓଡିଶା ଫେରିଛନ୍ତି । ସେମାନଙ୍କ ମଧ୍ୟରେ ୭ ଜଣ ବିଦେଶୀ ନାଗରିକ ରହିଛନ୍ତି । ୨୭ ଜଣଙ୍କ ନମୂନା ସଂଗ୍ରହ କରାଯାଇ ଯାଂଚ ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ୨୧ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଜଣଙ୍କର ପଜିଟିଭ୍ ଆସିଛି । ବର୍ତମାନ ସୁଦ୍ଧା ଆଉ ୫ ଜଣଙ୍କ ରିପୋର୍ଟ ମିଳିନାହିଁ । ସେଠାକୁ ଯାଇଥିବା ସମସ୍ତ ବ୍ୟକ୍ତି ଓ ସେମାନଙ୍କ ପରିବାରକୁ ସଙ୍ଗରୋଧରେ ରଖାଯାଇଛି । ସେଠାରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଆହୁରି ୪୦ ଜଣ ଓଡିଶାର ଅଛନ୍ତି । ଯେଉଁମାନେ ଦିଲ୍ଲୀ , ବିହାର , ପଶ୍ଚିମବଙ୍ଗ ଓ ଆନ୍ଧ୍ର ଆଦି ରାଜ୍ୟରେ କ୍ୱାରେଂଟାଇନ୍ ରେ ରହିଛନ୍ତି ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ଅପରପକ୍ଷରେ ଉକ୍ତ ଗ୍ରୁପ୍ ର ପଶ୍ଚିମ ବଙ୍ଗର ଏକ ୩୦ ଜଣିଆ ଦଳ ନିକଟରେ ତାଳଚେର ପରିଦର୍ଶନ କରି ଫେରିଥିବା ସୂଚନା ମିଳିଛି । ସେମାନେ କେଉଁ ମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି ।