ଲକ୍ଷ୍ନø– ତବଲୀଗୀ ଜମାତର ଯେଉଁ ଲୋକ ମାନେ ଚିକିତ୍ସା ବେଳେ ମହିଳା ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହ ଦୁର୍ବ୍ୟବହାର କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଏନଏସଏ ଲଗା ଯାଉଛି ବୋଲି କହିଛନ୍ତି ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ସେ ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଯେଉଁ ମାନେ ଆଇନକୁ ବା ବ୍ୟବସ୍ଥାକୁ ମାନିବେ ନାହିଁ ସେମାନେ ହେଉଛନ୍ତି ମାନବିକତାର ଶତ୍ରୁ । ସେମାନେ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ସହ ଯାହା କରିଛନ୍ତି ତାହା ଜଘନ୍ୟ ଅପରାଧ ଅଟେ । ସେମାନଙ୍କ ବିରୁଦ୍ଧରେ ଏନଏସଏ ଲଗା ଯାଉଛି । ଆମେ ସେମାନଙ୍କୁ ଛାଡିବୁ ନାହିଁ ବୋଲି ସେ କହିଛନ୍ତି ।