ଚଣ୍ଡିଗଡ। ହରିଆଣାରେ କରୋନା ସଂକ୍ରମଣର ନୂଆ ୮ଟି ମାମଲା ସାମନାକୁ ଆସିଛି । ଏହା ଦ୍ୱାରା ରାଜ୍ୟରେ ମୋଟ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪୩ ରହିଛି । ଏମାନଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ନୂଆ ମାମଲା ମଧ୍ୟରେ ୫ଟି ଗୁରୁଗ୍ରାମରେ ତଥା ୩ ମାମଲା ନୁହଁ ଠାରେ ସାମନାକୁ ଆସିଛି ବୋଲି ସରକାରଙ୍କ ପକ୍ଷରୁ କୁହା ଯାଇଛି ।