ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
କରୋନାର ମୁକାବିଲାକୁ ନେଇ ସାରାଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଜନସାଧାରଣ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି।ଯାହା ଫଳରେ ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଯାଇ ଦେଶର ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି ଓ ସଂଗଠନ ସହାୟତାର ହାତ ବଢ଼ାଇଛନ୍ତି।ଗୁରୁବାର ଭଞ୍ଜନଗର ଜଳସମ୍ପଦ ବିଭାଜନ ଉନ୍ନୟନ ସାଂସ୍କୃତିକ ପରିଷଦ (ବିଡେକା)ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୨ଲକ୍ଷ ୧୦ହଜାର ଟଙ୍କା ର ଚେକ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ଦ୍ଵାରା ପ୍ରଦାନ କରାଯାଇଛି।ଏଥିସହ ଜଳସମ୍ପଦ ବିଭାଜନ କାର୍ଯ୍ୟାଳୟ ର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ସେମାନଙ୍କ ଗୋଟିଏ ଦିନର ଦରମା ମଧ୍ୟ ପ୍ରଦାନ କରିଛନ୍ତି।ଏଥିରେ କାର୍ଯ୍ୟାଳୟ ର ନିର୍ବାହୀ ଯନ୍ତ୍ରୀ ନିହାର ରଞ୍ଜନ ସାମନ୍ତରାୟ, ଜେ. ସୁମା ପ୍ରଧାନ ଓ ପ୍ରସନ୍ନ କୁମାର ସ୍ୱାଇଁ ଉପସ୍ଥିତ ଥିଲେ।