ବ୍ରହ୍ମପୁର: ବ୍ରହ୍ମପୁରରେ ପ୍ରମୁଖ ୨ଟି ଆମିଷ ବଜାର ବନ୍ଦ ହେବା ପରେ ଗୁରୁବାର ମାର୍କେଟ୍ରେ ଗହଳି କମିଛି । ଆମିଷ ପାଇଁ ବଜାରରେ ସବୁଦିନ ଭିଡ଼ ଲାଗି ରହୁଥିଲା । କିନ୍ତୁ ଗେଟ୍ବଜାର ଓ କମାପଲ୍ଲୀ ଆମିଷ ବଜାର ବନ୍ଦ କରି ଦେଇଛି ବ୍ରହ୍ମପୁର ମହାନଗର ନିଗମ । ମେଡିକାଲ ଛକରେ ରାସ୍ତା କଡ଼ ଖୋଲା ଜାଗାରେ ହୋଇଥିବା ପରିବା ବଜାରରେ ଗ୍ରାହକଙ୍କ ମାନେ ସାମାଜିକ ଦୂରତା ରଖି ଜିନିଷ କିଣିଥିଲେ । ତେବେ ଅନ୍ୟ କେତେକ ଆମିଷ ଦୋକାନରେ ଭିଡ଼ ଦେଖିବାକୁ ମିଳୁଛି । ଯଦି ଭିଡ଼ ରହୁଥିବା ବଜାରକୁ ପ୍ରଶାସନ୍ ବନ୍ଦ କରିବ ତାହେଲେ ସବୁ ଠିକ୍ ହୋଇଯିବ ଏବଂ ସବୁ ଲୋକ କଟକଣାକୁ ମାନିବେ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି । କେତେକ ଦୋକାନ ଓ ବଜାରରେ ମଧ୍ୟ ସାମାନ୍ୟ ଭିଡ଼ ଦେଖିବାକୁ ମିଳୁଛି । ଯଦି ଭିଡ଼କୁ ନିୟନ୍ତ୍ରିତ କରାନଯାଏ ତାହେଲେ ସଂପୃକ୍ତ ଦୋକାନ ଓ ବଜାର ବନ୍ଦ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର କହିଛନ୍ତି । ଗୁରୁବାର ଆସିକା ତୁଳସୀନଗରରେ ଗୋଟିଏ ଦୁଗ୍ଧ ଏଟିଏମ୍ ଖୋଲାଯାଇଛି । ସବୁ ସମୟରେ ଏଠାରେ କ୍ଷୀର ପାଇପାରିବେ ଗ୍ରାହକ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏଟିଏମ୍କୁ ଉଦ୍ଘାଟନ କରିଛନ୍ତି । ୧୦ଟଙ୍କା ଓ ୨୦ଟଙ୍କା ଟଙ୍କାର ନୋଟ୍ ଏଟିଏମ୍ରେ ପୂରାଇ କ୍ଷୀର ନେଇପାରିବେ । ଲକ୍ଡାଉନ୍ ସମୟରେ ହାତପାହାନ୍ତରେ କ୍ଷୀର ମିଳିବା ବ୍ୟବସ୍ଥା କରାଯାଇଥିବାରୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି ।
Related Stories
November 24, 2024
November 24, 2024