ବ୍ରହ୍ମପୁର: ଗତ ୨୨ତାରିଖ ଠାରୁ ଗଞ୍ଜାମ ଜିଲ୍ଲାରେ ଲକ୍ ଡାଉନ୍ ଜାରି ରହିଛି । ଗୁରୁବାର ଲକ୍ ଡାଉନ୍ର ନବମ ଦିନ ସୁଦ୍ଧା ଜିଲ୍ଲାର ଛତ୍ରପୁର ଓ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ବିଭିନ୍ନ ଥାନାରେ ଲକ୍ ଡାଉନ୍ ନିୟମକୁ ଅବମାନନା ବା ଉଲ୍ଲଂଘନ କରିବା ଅଭିଯୋଗରେ ୩୦୨ଟି କେଶ୍ରେ ୮୫୯ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ୨ଟି ଜିଲ୍ଲାର ହିସାବକୁ ଦେଖିଲେ ଗଞ୍ଜାମ ପୋଲିସ ଜିଲ୍ଲାରେ ୨୪୦ଟି କେଶ୍ ରୁଜୁ ହୋଇଥିବା ବେଳେ ୪୮୫ଜଣଙ୍କ ନାମରେ ୧୮୮ ଆଇପିସି ଅନୁସାରେ ମାମଲା ରୁଜୁ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ସୂଚନା ଦେଇଛନ୍ତି । ସେହିଭଳି ବ୍ରହ୍ମପୁର ପୋଲିସ ଜିଲ୍ଲାର ୧୦ଟି ଥାନାରେ ଆଜି ପର୍ଯ୍ୟନ୍ତ ୬୨ଟି କେଶ୍ରେ ୩୭୪ଜଣଙ୍କ ନାମରେ ୧୮୮ ଆଇପିସି ଅନୁସାରେ ମାମଲା ରୁଜୁ ହୋଇଛି । ଏନେଇ ବ୍ରହ୍ମପୁର ପୋଲିସ ଜିଲ୍ଲାର ଅତିରିକ୍ତ ଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାୟ ସୂଚନା ଦେଇଛନ୍ତି । ତେବେ ଅମାନିଆ ଗାଡିଚାଳକ ଓ ଲକ୍ ଡାଉନ୍ର ନିୟମକୁ ଖୁଲମ ଖୁଲା ଉଲ୍ଲଂଘନକରି କିଛି ଯୁବଗୋଷ୍ଠୀ ଏଥିରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ଜିଲ୍ଲାରେ ଲକ୍ଡାଉନ୍ର ସମ୍ପୂର୍ଣ୍ଣ ସଫଳତା ମିଳିଥିଲେ ମଧ୍ୟ କିଛି ବିଶୃଙ୍ଖଳାକାରି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି ।
Related Stories
November 24, 2024
November 24, 2024